

ସତ୍ୟଶିଖା ୫ .୦୯.୨୦୨୦ : ଗଣମାଧ୍ୟମର ୩୧ ଜଣ କର୍ମଚାରୀ କରୋନା ଆକ୍ରାନ୍ତ ହୋଇଛନ୍ତି । ଏଥି ସହିତ ଭୁବନେଶ୍ୱରରୁ ଗତକାଲି ୫୫୦ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଭୁବନେଶ୍ୱରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨ ହଜାର ଅତିକ୍ରମ କରିଛି । ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟୁଇଟ କରି ଏହି ସୂଚନା ଦିଆଯାଇଛି । ବିଏମସି ତରଫରୁ କୁହାଯାଇଛି ଯେ, ୨୪୩ ଜଣ ଆକ୍ରାନ୍ତ ସଂଗରୋଧରୁ ଚିହ୍ନଟ ହୋଇଛନ୍ତି । ଏଥିରୁ ୨ ଜଣଙ୍କ ଯାତ୍ରା ଇତିହାସ ଥିବା ବେଳେ ଅନ୍ୟମାନେ ପୂର୍ବରୁ ଚିହ୍ନଟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି କରୋନା ସଂକ୍ରମିତ ହୋଇଛନ୍ତି । ଗତକାଲି ୩୦୭ ଜଣ ଆକ୍ରାନ୍ତ ସ୍ଥାନୀୟ ସଂକ୍ରମଣ ଯୋଗୁଁ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୨୭୨ ଜଣ ସୁସ୍ଥ ହୋଇଛନ୍ତି ।