କଟକଣା ଭିତରେ ସାର୍ବଜନୀନ ଦୂର୍ଗାପୂଜା ପ୍ରସଙ୍ଗ l

ସତ୍ୟଶିଖା (କଟକ) ୧୫ .୦୯.୨୦୨୦ : କଟକଣା ଭିତରେ ସାର୍ବଜନୀନ ଦୂର୍ଗାପୁଜା ଲାଗି ରାଜ୍ୟ ସରକାର ଯେଉଁ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ଓ ତାକୁ ଚ୍ୟାଲେଞ୍ଜ କରି ହାଇକୋର୍ଟରେ ଦାଏର ହୋଇଥିବା ଏକାଧିକ ମାମଲାର ଆଜି ଶୁଣାଣି ହେବ । କୋଭିଡ କଟକଣା ଭିତରେ ପୂଜା କରିବା ଲାଗି ପ୍ରାୟ ସମସ୍ତ ଆଵେଦନକାରୀମାନେ ରାଜି ଥିଲେ ବି ସରକାରୀ ବିଜ୍ଞପ୍ତିରେ କେତେକ ସଂଶୋଧନ ଲାଗି ପ୍ରାର୍ଥନା କରାଯାଇଛି ।ପରମ୍ପରା ମୁତାବକ ମୁର୍ତ୍ତି ନିର୍ମାଣ କରିବା ଏବଂ ଖୋଲା ମଣ୍ଡପରେ ପୁଜା କରିବା ସପକ୍ଷରେ ରହିଛନ୍ତି ଆବେଦନକାରୀମାନେ । ସେହିପରି ଟ୍ରାକଟର କିମ୍ବା ଚେଚିସ ସହାୟତାରେ ମୃଣ୍ମୟୀ ମୁର୍ତ୍ତିଙ୍କୁ ବିସର୍ଜନ କରିବା ପାଇଁ ମଧ୍ୟ ଦାଏର ପିଟିସନରେ ଉଲ୍ଲେଖ କରିଛନ୍ତି ଆବେଦନକାରୀମାନେ । ମୂର୍ତ୍ତିର ଆକାର ଛୋଟ କରିବା , ପୂଜାମଣ୍ଡପ ଆଗରେ ପର୍ଦ୍ଦା ଢାଙ୍କିଵା ସହିତ ଭସାଣୀ କିମ୍ବା ଶୋଭାଯାତ୍ରା ଉପରେ କଟକଣା ଜାରି କରିଛନ୍ତି ରାଜ୍ୟ ସରକାର । ପ୍ରଥମେ ଏ ପ୍ରସଙ୍ଗରେ କଟକ ବାଲୁବଜାର ପୁଜାକମିଟି ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲା। ପରେ ଆଉ ୨୨ ଟି ଅନୁଷ୍ଠାନ ଏହି ମାମଲାରେ ପକ୍ଷଭୁକ୍ତ ହେଵାଲାଗି ଆଵେଦନ କରିଛନ୍ତି।

Exit mobile version