ଦେଶବିଦେଶରାଜ୍ୟ

ରାଜ୍ୟରେ ଦ୍ୱିତୀୟ AIIMS ପ୍ରତିଷ୍ଠା ପାଇଁ ପ୍ରସ୍ତାବ

ସତ୍ୟଶିଖା (ଭୁବନେଶ୍ୱର) ୨୫/୧୧/୨୦୨୦ : ରାଜ୍ୟରେ ଦ୍ୱିତୀୟ A.I.I.M.S ପ୍ରତିଷ୍ଠା ପାଇଁ ପ୍ରସ୍ତାବ । ଦ୍ୱିତୀୟ A.I.I.M.S ପ୍ରତିଷ୍ଠା ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଲେ ରାଜ୍ୟ ମୁଖ୍ୟ ଶାସନ ସଚିବ । ସୁନ୍ଦରଗଡ଼ ଜିଲ୍ଲାରେ A.I.I.M.S ପ୍ରତିଷ୍ଠା ନେଇ ଚିଠିରେ ଉଲ୍ଲେଖ କରିଛନ୍ତି ରାଜ୍ୟ ମୁଖ୍ୟ ଶାସନ ସଚିବ ।

ବିହାର ଭଳି ଓଡିଶାରେ ୨ୟ A.I.I.M.S ପାଇଁ ପ୍ରସ୍ତାବ ଦେଇଛନ୍ତି ରାଜ୍ୟ ସରକାର । ସୁନ୍ଦରଗଡ଼ରେ ୨ୟ A.I.I.M.S ପାଇଁ ଭିତ୍ତିଭୂମି ରହିଥିବା ଚିଠିରେ ଉଲ୍ଲେଖ କରିଛନ୍ତି । ରାଜ୍ୟ ସରକାର ଓ N.T.P.C ସହଭାଗିତାରେ ହସ୍ପିଟାଲ ନିର୍ମାଣ ହୋଇଛି । ୫୦୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ ନିର୍ମାଣ କାର୍ଯ୍ୟ ସରିଛି । ୧୦୦ M.B.B.S ଡାକ୍ତର ଛାତ୍ରଛାତ୍ରୀଙ୍କ ପଢ଼ିବା ପାଇଁ ଭିତ୍ତିଭୂମି ରହିଛି । ତେଣୁ ଆବଶ୍ୟକ ଭିତିଭୂମି ଥିବାରୁ ଏଠାରେ A.I.I.M.S ପ୍ରତିଷ୍ଠା କରିବାକୁ ପ୍ରସ୍ତାବ ଦିଆଯାଇଛି । ଏପରି ଅନେକ ଦାବି ସହ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ।ସୂଚନାଯୋଗ୍ୟ ଯେ, ରାଜ୍ୟରେ ଏବେ ଭୁବନେଶ୍ୱରରେ ଗୋଟିଏ A.I.I.M.S ରହିଛି । ଯେଉଁଠାରେ ପ୍ରତିଦିନ ଶହ ଶହ ରୋଗୀ ଚିକିତ୍ସା ହେଉଛନ୍ତି । କିନ୍ତୁ ଏତେ ବଡ଼ ରାଜ୍ୟ ପାଇଁ ଆଉ ଏଖ A.I.I.M.S ରେ ଆବଶ୍ୟକ ରହିଛି ବୋଲି ଅନେକ ସମୟରେ ଦାବି ଉଠିଥାଏ । ଖାସ୍‌ କରି ପଶ୍ଚିମ ଓଡିଶା ପଟେ ସ୍ୱାସ୍ଥ୍ୟ ସେବାକୁ ଆହୁରି ଦୃଢ କରିବାକୁ ରାଜ୍ୟ ସରକାର ଅନେକ ପଦକ୍ଷେପ ନେଉଛନ୍ତି । ଏହିପ୍ରରିପେକ୍ଷୀରେ ଏବେ ସୁନ୍ଦରଗଡ଼଼ରେ ଆଉ ଏକ A.I.I.M.S ବା ରାଜ୍ୟରେ ୨ୟ A.I.I.M.S ପାଇଁ ପ୍ରସ୍ତାବ ଦେଇଛନ୍ତି ରାଜ୍ୟ ସରକାର ।

Show More
Back to top button