ସତ୍ୟଶିଖା(ଭୁବନେଶ୍ୱର ) ୩୧.୧୨.୨୦୨୧: ବିଏମସି କମିସନର ସଞ୍ଜୟ ସିଂହଙ୍କୁ ପ୍ରମୁଖ ଶାସନ ସଚିବ ପାହ୍ୟାକୁ ପଦୋନ୍ନତି ମିଳିଛି । ଏ ନେଇ ସାଧାରଣ ପ୍ରଶାସନ ଓ ଜନ ଅଭିଯୋଗ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।
୧୯୯୪ ବ୍ୟାଚର ଏହି ଆଇଏଏସ ଅଫିସର ଏବେ ବିଏମସି କମିସନର ସହ ବିଡିଏ ଉପାଧ୍ୟକ୍ଷ ଓ ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡର ସିଇଓ ଭାବେ ଅବସ୍ଥାପିତ ଅଛନ୍ତି । ଏବେ ପଦୋନ୍ନତି ପରେ ମଧ୍ୟ ସେ ସେହି ଦାୟିତ୍ୱରେ ରହିବେ ବୋଲି ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଛି । ତାଙ୍କର ପଦୋନ୍ନତି ସହ ବିଏମସି କମିଶନର ପଦକୁ ମଧ୍ୟ ପ୍ରମୁଖ ଶାସନ ସଚିବ ପଦର ମାନ୍ୟତା ଦିଆଯାଇଛି ।