ନ୍ୟୁଜ୍ରାଜ୍ୟ

୪ ଆଇପିଏସ ଅଧିକାରୀଙ୍କୁ ପଦୋନ୍ନତି

ସତ୍ୟଶିଖା(ଭୁବନେଶ୍ୱର ) ୩୧.୧୨.୨୦୨୧:  ୧୯୯୭ ବ୍ୟାଚର ଚାରି ଜଣ ଆଇପିଏସ ଅଧିକାରୀଙ୍କୁ ସରକାର ପଦୋନ୍ନତି ଦେଇଛନ୍ତି । କାରାଗାର ଆଇଜି ଦୀପ୍ତେଶ ପଟ୍ଟନାୟକ, ଭିଜିଲାନ୍ସ ଆଇଜି ଅସିତ କୁମାର ପାଣିଗ୍ରାହୀ, ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଡି ଏସ କୁଟ୍ଟେ ଏବଂ ଭୁବନେଶ୍ୱର-କଟକର ଅତିରିକ୍ତ ପୁଲିସ କମିସନର ରେଖା ଲୋହାନିଙ୍କୁ ଅତିରିକ୍ତ ଡିଜି ପାହ୍ୟାକୁ ପଦୋନ୍ନତି ମିଳିଛି ।
ଏହି ପଦୋନ୍ନତି ପରେ ଚାରି ଜଣ ଅଧିକାରୀଙ୍କୁ ନିଜ ନିଜ ପଦବିରେ କାର୍ଯ୍ୟ କରିବାକୁ କୁହାଯାଇଛି । ଏ ସମ୍ପର୍କରେ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି । ସେହିପରି ଗତକାଲି ପଦୋନ୍ନତି ପାଇଥିବା ୧୫ ଜଣ ଆଇପିଏସ ଅଧିକାରୀ ନିଜ ନିଜ ପଦବିରେ ପୂର୍ବ ପରି କାର୍ଯ୍ୟ କରିବେ । ଗତକାଲି ବଦଳି ହୋଇଥିବା ୪ ଆଇପିଏସ ଅଧିକାରୀ ଓ ୨ ଓପିଏସ ଅଧିକାରୀଙ୍କୁ ତୁରନ୍ତ ନିଜ ନୂଆ ପଦବିରେ ଯୋଗ ଦେବାକୁ ଗୃହ ବିଭାଗ ପକ୍ଷରୁ ନିଦେ୍ର୍ଧଶ ଦିଆଯାଇଛି ।

Show More
Back to top button