ଦେଶ

ଗରିବଙ୍କ ସହାୟତା ପାଇଁ କ୍ୟାସ ଟ୍ରାନ୍ସଫର ଜରୁରୀ ବୋଲି କହିଲେ ବିଶିଷ୍ଟ ଅର୍ଥନୀତିଜ୍ଞ ଅଭିଜିତ ବାନାର୍ଜୀ

ସତ୍ୟଶିଖା(ନୂଆଦିଲ୍ଲୀ ) ୦୨.୦୬.୨୦୨୧: ଖର୍ଚ୍ଚକୁ ସମର୍ଥନ କରିବା ପାଇଁ ଅଧିକ ଟଙ୍କା ଛପାଇବାକୁ ସରକାରଙ୍କୁ ପରାମର୍ଶ ଦେଇଛନ୍ତି ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ପି.ଚିଦାମ୍ବରମ । ସେ କହିଛନ୍ତି, ବର୍ତମାନ ସରକାର ନୋଟ ଛାପିବା ଆବଶ୍ୟକ । ଯଦି ସରକାର ଭାବୁଛନ୍ତି ଅଧିକ ନୋଟ ଛପାଯାଇଛି, ତେବେ ଏହାକୁ ବନ୍ଦ କରାଯାଇପାରେ । କିନ୍ତୁ ବର୍ତମାନ ଦେଶ ପାଇଁ ଏହା ଆବଶ୍ୟକ ବୋଲି କହିଛନ୍ତି ପି.ଚିଦାମ୍ବରମ ।

ବିଶିଷ୍ଟ ଅର୍ଥନୀତିଜ୍ଞ ଅଭିଜିତ ବାନାର୍ଜୀ ମଧ୍ୟ ନୋଟ ଛାପିବାକୁ ସରକାରଙ୍କୁ ପରାମର୍ଶ ଦେଇଥିଲେ । ଅଭିଜିତ ବାନାର୍ଜୀ କହିଥିଲେ , କରୋନା ଯୋଗୁଁ ନିମ୍ନ ମଧ୍ୟବିତ ଓ ଗରିବ ଲୋକଙ୍କ ଉପରେ ଅଧିକ ପ୍ରଭାବ ପଡିଛି । ତେଣୁ କ୍ୟାସ ଟ୍ରାନସଫର ଉପରେ ସେ ଗୁରୁତ୍ୱ ଦେଇଥିଲେ । ଅଭିଜିତ କହିଥିଲେ, କରୋନା କାଳରେ ଲୋକଙ୍କ ସହାୟତା ପାଇଁ ପର୍ଯ୍ୟାପ୍ତ ପରିମାଣର ଟଙ୍କା ଛପାଯିବା ଆବଶ୍ୟକ । ସେହିଭଳି ମୋଦି ସରକାରଙ୍କୁ କୋଭିଡ ସହାୟତା ଖର୍ଚ୍ଚ ବଢାଇବାକୁ ବି ସେ ପରାମର୍ଶ ଦେଇଛନ୍ତି ।

ଅନେକ ଅର୍ଥନୀତିଜ୍ଞ ମଧ ଖର୍ଚ୍ଚକୁ ସମର୍ଥନ କରିବା ପାଇଁ ଅଧିକ ଟଙ୍କ ଛପାଇବା ଉପରେ ଗୁରୁତ୍ୱ ଦେଇଛନ୍ତି । ବିଶିଷ୍ଟ ଅର୍ଥନୀତିଜ୍ଞ ଉଦୟ କୋଟାକ ମଧ୍ୟ ସରକାରଙ୍କୁ ପରାମର୍ଶ ଦେଇଛନ୍ତି, କୋଭିଡ-୧୯ ସଙ୍କଟରେ ପଡିଥିବା ଅର୍ଥନୀତିକୁ ସମର୍ଥନ କରିବାକୁ ଭାରତକୁ ନଗଦ ମୁଦ୍ରଣ କରିବା ଆବଶ୍ୟକ ।

Show More
Back to top button