ସାଇବର ଠକେଇ, ୩୬ ହଜାର ଟଙ୍କା ହରାଇଲେ ପ୍ରଫେସର

ସତ୍ୟଶିଖା ୧୧/୦୨/୨୦୨୧ : ସ୍ଥାନୀୟ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ପିଜି କାଉନସିଲର ଅଧ୍ୟକ୍ଷ ପ୍ରଫେସର ଅନୀଲ କୁମାର ବିଶ୍ୱାଳ ସାଇବର ଅପରାଧୀଙ୍କ ଦ୍ୱାରା ଅନ୍‍ଲାଇନ ଠକାମୀର ଶିକାର ହୋଇଛନ୍ତି । ତାଙ୍କ ବ୍ୟାଙ୍କ ଅଫ୍‍ ଇଣ୍ଡିଆ ଆକାଉଣ୍ଟରୁ ଦୁଇଟି ପର୍ୟ୍ୟାୟରେ ମୋଟ ୩୬,୮୯୮ ଟଙ୍କା ଉଠାଇ ନିଆଯାଇଥିବା ପ୍ରଫେସର ଡ. ବିଶ୍ୱାଳ ସ୍ଥାନୀୟ ଟାଉନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁଯାୟୀ ୭ ତାରିଖ ସନ୍ଧ୍ୟା ପ୍ରାୟ ୮ଟା ସମୟରେ ଅଭିଯୋଗକାରୀ ଡ. ବିଶ୍ୱାଳଙ୍କ ମୋବାଇଲ ଫୋନକୁ ୯୮୮୩୧୮୦୭୬୯ ନମ୍ବର ମୋବାଇଲରୁ ଫୋନ ଆସିବା ସହିତ ମନୋଜ ଝା ବୋଲି ନିଜକୁ ପରିଚୟ ଦେଇଥିଲେ ଏବଂ ତାଙ୍କର ଜିଓ ନେଟ୍‍ର କେୱାଇସି ରିନ୍ୟୁାଲ ପାଇଁ ମାତ୍ର ୧୦ ଟଙ୍କା ଆକାଉଣ୍ଟରୁ ପଠାଇବା ପାଇଁ ପରାମର୍ଶ ଦେଇଥିଲେ । ସେହି ଅନୁଯାୟୀ ସେ ତାଙ୍କ ବ୍ୟାଙ୍କ ଅଫ୍‍ ଇଣ୍ଡିଆ ଆକାଉଣ୍ଟରୁ ୧୦ ଟଙ୍କା ପଠାଇବାର ମାତ୍ର ୧୦ ମିନିଟ୍‍ ମଧ୍ୟରେ ପ୍ରଥମେ ୨୦ ହଜାର ଟଙ୍କା ଓ ୪ ମିନିଟ୍‍ ପରେ ପୁଣି ୧୬ ହଜାର ୮୯୮ ଟଙ୍କା ଅର୍ଥାତ୍‍ ଦୁଇଟି ପର୍ୟ୍ୟାୟରେ ମୋଟ ୩୬ ହଜାର ୮୯୮ ଟଙ୍କା ତାଙ୍କ ଅଗୋଚରରେ ଉଠାଇ ନିଆଯାଇଥିଲା ।

Exit mobile version