

ସତ୍ୟଶିଖା (ଭୁବନେଶ୍ୱର) ୨୩.୦୬.୨୦୨୨: ଭୁବନେଶ୍ୱର ରେଲୱେ ଷ୍ଟେସନରୁ ଗତକାଲିଠୁ ଜଣେ ଯୁବତୀ ନିଖୋଜ ହୋଇଯାଇଥିବା ଅଭିଯୋଗ ହୋଇଛି। ନିଖୋଜ ଯୁବତୀ ଜଣଙ୍କ ହେଲେ ପଶ୍ଚିମବଙ୍ଗ ଚବିଶ ପ୍ରଗଣାରେ ସ୍ୱିଟି ରାୟ। ସେ ଭୁବନେଶ୍ୱର ସ୍ଥିତ ଖଣ୍ଡଗିରିରେ ଥିବା ଉତ୍କଳ ଏରୋସ୍ପେସ ଆଣ୍ଡ ଇଞ୍ଜିନୟରିଂ କଲେଜର ଦ୍ୱିତୀୟ ବର୍ଷ ଛାତ୍ରୀ। ସ୍ୱିଟିଙ୍କ ନିଖୋଜ ଥିବା ନେଇ ତାଙ୍କ ବାପାଙ୍କ ବନ୍ଧୁ ସୁରେଶ ପଣ୍ଡା ଭୁବନେଶ୍ୱର ରେଲୱେ ଥାନାରେ ଅଭିଯୋଗ କରିଛନ୍ତି।
ସ୍ୱିଟିଙ୍କ ବାପାଙ୍କ ବନ୍ଧୁ ସୁରେଶ ପଣ୍ଡା କହିଛନ୍ତି, ଗତକାଲି ସ୍ୱିଟି ହାୱଡ଼ାରୁ ଜନଶତାଦ୍ଦୀ ଟ୍ରେନରେ ଭୁବନେଶ୍ୱର ଆସିଥିଲେ। ସନ୍ଧ୍ୟା ୮ଟା ୨୫ ମିନିଟ୍ରେ ଭୁବନେଶ୍ୱର ରେଲୱେ ଷ୍ଟେସନର ପ୍ଲାଟଫର୍ମରେ ୬ରେ ଓହ୍ଲାଇଥିଲେ। ରେଳ ଷ୍ଟେସନରେ ପହଞ୍ଚିବା ପରେ ସେଠୁ ସେ କୁଆଡ଼େ ଗଲେ ପତ୍ତା ମିଳୁ ନାହିଁ। ଝିଅ ନିଖୋଜ ନେଇ ଆମେ ପ୍ରଥମେ ନୟାପଲ୍ଲୀ ପୁଲିସ ଷ୍ଟେସନରେ ଅଭିଯୋଗ କରିଥିଲୁ। ଏହା ଆମ ଥାନା ଅଧୀନରେ ଯାଉ ନାହିଁ, ତୁମେ ରେଲୱେ ପୁଲିସ ନିକଟରେ ଅଭିଯୋଗ କର ବୋଲି ସେମାନେ କହିଥିଲେ। ସ୍ୱିଟିଙ୍କ ବାପା ତ୍ରିପୁରାରେ ବିଏସ୍ଏଫ୍ ଯବାନ ଭାବେ କାର୍ଯ୍ୟ କରୁଛନ୍ତି। ତାଙ୍କ ବାପା ଓ ମା’ ଭୁବନେଶ୍ୱର ଆସୁଥିବା ଜଣାଯାଇଛି। ସ୍ୱିଟିଙ୍କ ନିଖୋଜ ନେଇ ପୁଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ।