୩ବର୍ଷ ପରେ ଭାରତ ଫେରୁଛନ୍ତି ପ୍ରିୟଙ୍କା

ସତ୍ୟଶିଖା( ମୁମ୍ଵାଇ  )୦୧.୧୧.୨୦୨୨: ବଲିଉଡର ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା। ସେ ଭାରତରେ ନୁହେଁ ବିଦେଶରେ ମଧ୍ୟ ନିଜର ସଫଳତା ହାସଲ କରିଛନ୍ତି। ବିଶ୍ଵବ୍ୟାପୀ ଆଇକନ୍ ପାଲଟିଥିବା ପ୍ରିୟଙ୍କା ସବୁବେଳେ ଚର୍ଚ୍ଚାରେ ଥାଆନ୍ତି। ସେ ପ୍ରୋଫେସନାଲ୍‌ ଲାଇଫ୍‌ ହେଉ କି ପର୍ସନାଲ ଲାଇଫ୍। ସ୍ଵାମୀ ନିକ୍‌ ଏବଂ ଝିଅ ମାଲତୀ ସହ ବିଗତ କିଛି ବର୍ଷ ଧରି ବିଦେଶରେ ରହୁଛନ୍ତି। ଏଥିପାଇଁ ତାଙ୍କ ଭାରତୀୟ ପ୍ରଶଂସକମାନେ ତାଙ୍କ ଝଲକ ପାଇବାକୁ ଅପେକ୍ଷା କରିଛନ୍ତି। ବର୍ତ୍ତମାନ ତାଙ୍କ ପ୍ରଶଂସକମାନଙ୍କ ପାଇଁ ଖୁସି ଖବର ଅଛି। ବିଟାଉନ୍‌ର ଦେଶୀ ଗର୍ଲ ଖୁବ୍ ଶୀଘ୍ର ଭାରତକୁ ଫେରୁଛନ୍ତି।

ବାସ୍ତବରେ ଅଭିନେତ୍ରୀ ପ୍ରିୟଙ୍କା ତାଙ୍କ ଅଫିସିଆଲ୍ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଏହା ବିଷୟରେ ସୂଚନା ଦେଇଛନ୍ତି। ଏଥର ସେ ଏକୁଟିଆ ନିଜ ଦେଶକୁ ଆସୁ ନାହାଁନ୍ତି ବରଂ ତାଙ୍କ ଝିଅ ମାଲତୀ ମେରି ଚୋପ୍ରା ଜୋନାସଙ୍କ ସହ ଆସୁଛନ୍ତି। ତାଙ୍କ ଇନଷ୍ଟା ଷ୍ଟୋରୀରେ ଆମେରିକା -ମୁମ୍ଵାଇ ବିମାନର ବୋର୍ଡିଂ ପାସ୍‌ର ଏକ ଫଟୋ ପୋଷ୍ଟ କରିଛନ୍ତି। ଏହି ସୂଚନା ସେୟାର କରିବା ବେଳେ ପ୍ରିୟଙ୍କା ବହୁତ ଭାବପ୍ରବଣ ହୋଇଛନ୍ତି । ଏହି ସମୟରେ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଅତ୍ୟଧିକ ଖୁସି ହେବା ସହ  ଲେଖିଛନ୍ତି, ‘ଶେଷରେ … ଘରକୁ ଯାଉଛି। ଦୀର୍ଘ ୩ବର୍ଷ ପରେ। ମୁଁ ଆପଣଙ୍କୁ କହିବି, ଏହା ମାଲତୀଙ୍କ ଭାରତ ଯିବାର ପ୍ରଥମ ଗସ୍ତ ହେବ। ବିଦେଶରେ ଦୀର୍ଘ ସମୟ ରହିବା ପରେ ନିଜ ଦେଶକୁ ଫେରିବାର ଅନୁଭବ ଠାରୁ ଭଲ ଆଉ କିଛି ନାହିଁ ।

କରୋନା ମହାମାରୀ ପରେ ପ୍ରିୟଙ୍କା ପ୍ରଥମ ଥର ପାଇଁ ଭାରତ ଫେରୁଛନ୍ତି। ପୂର୍ବରୁ ସେ ଅନେକ ବର୍ଷ ଧରି ଆମେରିକାରେ ରହିଆସୁଥିଲେ। ୧୨ ବର୍ଷ ବୟସରେ ଆମେରିକାକୁ ପାଠ ପଢିବା ପାଇଁ ଯାଇଥିଲେ। ସେଠାରୁ ଭାରତ ଫେରିବା ପରେ ବଲିଉଡରେ କ୍ୟାରିୟର ଗଢିଥିଲେ। ଏତିକି ନୁହେଁ, ୨୦୧୮ ମସିହାରେ ସେ ଆମେରିକୀୟ ଗାୟକ ଏବଂ ସଙ୍ଗୀତକାର ନିକ୍ ଜୋନାସଙ୍କୁ ବିବାହ କରି ଆମେରିକା ସେଟେଲ୍‌ ହୋଇ ଯାଇଥିଲେ।

Exit mobile version