ସତ୍ୟଶିଖା( ଭୁବନେଶ୍ୱର)୧୦.୦୮ . ୨୦୨୨: ପୁଣି କରୋନାରେ ଆକ୍ରାନ୍ତ ହେଲେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି। ତାଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ଏନେଇ ସେ ନିଜେ ଟୁଇଟ୍ କରି ସୂଚନା ଦେଇଛନ୍ତି। ସେ ଘରେ ନିଜକୁ ଆଇସୋଲେଟ କରି ରଖିଛନ୍ତି। ସମସ୍ତ ପ୍ରଟୋକଲ ପାଳନ କରୁଥିବା ସେ କହିଛନ୍ତି।
ଦୁଇ ମାସ ମଧ୍ୟରେ ଦ୍ୱିତୀୟ ଥର ପାଇଁ ପ୍ରିୟଙ୍କା ଗାନ୍ଧୀ କରୋନା ସଂକ୍ରମିତ ହୋଇଛନ୍ତି। ଏହାପୂର୍ବରୁ ଜୁନ୍ ୩ ରେ ସେ କରୋନା ପଜିଟିଭ୍ ହୋଇଥିଲେ। ସେପଟେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ମଧ୍ୟ ଅସୁସ୍ଥ ଥିବ କୁହାଯାଉଛି। ଏଥିପାଇଁ ସେ ନିଜ ରାଜସ୍ଥାନ ଅଲଭର ଗସ୍ତ ବାତିଲ କରିଦେଇଥିବା ସୂଚନା ମିଳିଛି। ସୂଚନା ମୁତାବକ, ରାହୁଲ ଗାନ୍ଧିଙ୍କ ଅଲବରରେ ‘ନେତୃତ୍ୱ ସଙ୍କଳ୍ପ ଶିବିର’ରେ ସାମିଲ ହେବା କାର୍ଯ୍ୟକ୍ରମ ଥିଲା।ଜୁନ୍ ମାସରେ ପ୍ରିୟଙ୍କା ପଜିଟିଭି ହେବା ପରେ ତାଙ୍କ ମା ଏବଂ କଂଗ୍ରେସ ସଭାପତି ସୋନିଆ ଗାନ୍ଧିଙ୍କ କରୋନା ରିପୋର୍ଟ ମଧ୍ୟ ପଜିଟିଭ ହୋଇଥିଲା। ଏହା ପରେ ପ୍ରିୟଙ୍କା ଟ୍ୱିଟ୍ କରି କହିଥିଲେ ଯେ ସାମାନ୍ୟ ଲକ୍ଷଣ ପରେ କରୋନା ପରୀକ୍ଷା କରାଯାଇଥିଲା। ରିପୋର୍ଟ ପଜିଟିଭ୍ ଆସିଥିଲା।
ନିକଟରେ କଂଗ୍ରେସ ଦରଦାମ ବୃଦ୍ଧି ଓ ଜିଏସ୍ଟିକୁ ନେଇ ସାରା ଦେଶରେ ବିକ୍ଷୋଭ ପ୍ରଦର୍ଶନ କରିଥିଲା। ଏହି ସମୟରେ ରାହୁଲ ଗାନ୍ଧି ନେତୃତ୍ୱରେ କଂଗ୍ରେସ ସାଂସଦମାନେ ଶୋଭଯାତ୍ରା ବାହାର କରିଥିଲେ। ଏହାପରେ ପୁଲିସ ବିଜୟ ଚୌକରେ ପୁଲିସ ସମସ୍ତ ସାଂସଦଙ୍କୁ ଅଟକ ରଖିଥିଲା।
-
ଚୀନ୍ ଭାରତ ସହିତ ବାଣିଜ୍ୟ ବୃଦ୍ଧି କରିବାକୁ ଇଚ୍ଛା ପ୍ରକାଶ କରିଛି। -
ଆଜି ଭାଦ୍ରବ କୃଷ୍ଣ ପକ୍ଷ ଚତୁର୍ଥୀ ତିଥିରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରାହୁରେଖା ଲାଗି ନୀତି ଅନୁଷ୍ଠିତ ହେବ। -
ବିଶ୍ୱ ବିଦ୍ୟାଳୟ କ୍ୟାମ୍ପସରେ ପାଳନ ହେବ ରାଗିଂ ମୁକ୍ତ କ୍ୟାମ୍ପସ ଦିନ । -
ଜମ୍ମୁ-କଶ୍ମୀରର ବିଭିନ୍ନ ଅଞ୍ଚଳରେ “ଆଜାଦୀ କା ଅମୃତ ମହୋତ୍ସବ” ଅନ୍ତର୍ଗତ “ହର ଘର ତ୍ରିରଙ୍ଗା” ଅଭିଯାନରେ ତ୍ରିରଙ୍ଗା ରାଲି କରାଯାଉଛି । -
ନିର୍ଦ୍ଧାରିତ ୩୧ ତାରିଖରେ ହୋଇନପାରେ OTETର ସାନି ପରୀକ୍ଷା। -
ଆଜି ବିଶ୍ବ ହସ୍ତୀ ଦିବସ । -
ଆଜି ସଂସଦରେ ଉପସ୍ଥାପିତ ହେବ ନୂଆ ଆୟକର ବିଧେୟକ। -
ସୋମବାର ପଶ୍ଚିମ ତୁର୍କୀରେ ବାଲିକେସିର ପ୍ରଦେଶରେ ୬.୧ ତୀବ୍ରତାର ଏକ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି। -
ଦାୟିତ୍ବ ନେଲେ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଶୋଭନା ମହାନ୍ତି । -
ଆଜିଠୁ ଆରବ ସାଗରରେ ଉଭୟ ଭାରତ ଓ ପାକିସ୍ତାନର ନୌସେନା ସମରାଭ୍ୟାସ ।