ଦେଶନ୍ୟୁଜ୍

ରାହୁଲ ଗାନ୍ଧୀ ଅଟକ,ଧାରଣା ଦେଲେ ପ୍ରିୟଙ୍କା

ସତ୍ୟଶିଖା( ନୂଆଦିଲ୍ଲୀ)୦୫.୦୮ . ୨୦୨୨:  ଦରବୃଦ୍ଧି, ଜିଏସଟି ଏବଂ କେନ୍ଦ୍ର ସରକାରଙ୍କ ନୀତି ବିରୋଧରେ ଶୁକ୍ରବାର ସଂସଦରୁ ସଡକ ପର‌୍ୟ୍ୟନ୍ତ କଂଗ୍ରେସ ବିରୋଧ ପ୍ରଦର୍ଶନ କରିଛି। ଏହା ମଧ୍ୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଦିଲ୍ଲୀ ପୋଲିସ ନିଜ ହେପାଜତରେ ନେଇଛି। ରାହୁଲ ଅନେକ କଂଗ୍ରେସ ନେତାଙ୍କ ସହିତ ଦରବୃଦ୍ଧି ପ୍ରତିବାଦରେ ରାଷ୍ଟ୍ରପତି ଭବନ ଅଭିମୁଖେ ବିକ୍ଷୋଭ ପ୍ରଦର୍ଶନ କରୁଥିଲେ। ରାହୁଲଙ୍କ ବ୍ୟତୀତ ଶଶି ଥରୁରଙ୍କୁ ମଧ୍ୟ ପୋଲିସ୍ ଅଟକ ରଖିଛି। ବିଜୟ ଚୌକରେ ମଧ୍ୟ କଂଗ୍ରେସ ଧାରଣାରେ ବସିଛି। ସ୍ଥିତି ନିୟନ୍ତ୍ରଣ ପାଇଁ ଦିଲ୍ଲୀ ପୋଲିସ ପୂରା ଜିଲ୍ଲାରେ ୧୪୪ ଧାରା ଲାଗୁ କରିଛି। ପୋଲିସ କାର୍ଯ୍ୟାନୁଷ୍ଠାନ ପ୍ରତିବାଦରେ ରାସ୍ତାରେ ଧାରଣାରେ ବସିଛନ୍ତି ପ୍ରିୟଙ୍କା ଗାନ୍ଧୀ।

ରାହୁଲ ଗାନ୍ଧୀ କହିଛନ୍ତି, ପୋଲିସ କଂଗ୍ରେସ ସାଂସଦଙ୍କୁ ଘୋଷାଡି ଘୋଷାଡି ନେଇଛି। କିଛି ଲୋକଙ୍କୁ ମଧ୍ୟ ମାରପିଟ୍ କରିଛି। ଆପଣ ସମସ୍ତେ ଦେଖୁଛନ୍ତି କେମିତି ଗଣତନ୍ତ୍ରର ହତ୍ୟା କରାଯାଉଛି। ଏହି ଲୋକେ ଦରବୃଦ୍ଧି ପ୍ରତିବାଧରେ ବିରୋଧ ପ୍ରଦର୍ଶନ କରୁଥିଲେ। ଏମାନଙ୍କ ସହ ପୋଲିସ ଏମିତି ବ୍ୟବହାର କରୁଛି। ପ୍ରତିବାଦ କରିବାକୁ ମଧ୍ୟ ଦେଉ ନାହିଁ ବୋଲି ରାହୁଲ କହିଛନ୍ତି।

ଦିଲ୍ଲୀରେ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀଙ୍କ ନେତୃତ୍ଵରେ କଂଗ୍ରେସ ବିକ୍ଷୋଭ ପ୍ରଦର୍ଶନ ଜାରି ରଖିଛି। ଏହି କ୍ରମରେ ଶୁକ୍ରବାର ରାଷ୍ଟ୍ରପତି ଭବନ ପର‌୍ୟ୍ୟନ୍ତ ଶୋଭାଯାତ୍ରା ବାହାର କରାଯାଇଥିଲା। ପ୍ରଧାନମନ୍ତ୍ରୀ ଭବନ ମଧ୍ୟ ଘେରାଉ କରିବାକୁ କଂଗ୍ରେସ ଯୋଜନା କରିଛି। ଘଟଣାସ୍ଥଳରେ ବ୍ୟାପକ ମାତ୍ରାରେ ପୋଲିସ ବଳ ମୁତୟନ କରାଯାଇଛି।

Show More
Back to top button