ଓଡ଼ିଶା ଆସିବେ ପ୍ରିୟଙ୍କା

ସତ୍ୟଶିଖା( ନୂଆଦିଲ୍ଲୀ )୧୬.୦୫.୨୦୨୨ : ଓଡ଼ିଶା ପ୍ରଦେଶ କଂଗ୍ରେସ ସଙ୍ଗଠନକୁ ଖୁବ୍‍ଶୀଘ୍ର ଅଧିକ ମଜ୍‍ଭୁତ ଓ କ୍ରିୟାଶୀଳ କରାଯିବ। ରାଜସ୍ଥାନର ଉଦୟପୁରଠାରେ ଚାଲିଥିବା କଂଗ୍ରେସ ଚିନ୍ତନ ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି। ଓଡ଼ିଶାରେ କଂଗ୍ରେସ କିପରି ଶକ୍ତିଶାଳୀ ହୋଇ ପାରିବ ସେ ସଂକ୍ରାନ୍ତରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସହିତ ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଭଦ୍ର ଗାନ୍ଧୀ ଆଲୋଚନା କରିଛନ୍ତି। ଓଡ଼ିଶାରେ କଂଗ୍ରେସର ଦୟନୀୟ ସ୍ଥିତି ନେଇ ରାହୁଲ ଗାନ୍ଧୀ ଚିନ୍ତା ପ୍ରକଟ କରିଛନ୍ତି। ୨୦୨୪ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି କଂଗ୍ରେସ ଅଣ୍ଟା ଭିଡ଼ିଛି। ଓଡ଼ିଶାରେ କଂଗ୍ରେସକୁ ଅଧିକ ମଜଭୁତ କରିବାକୁ ଖୁବ୍ ଶୀଘ୍ର ପ୍ରିୟଙ୍କା ଭଦ୍ର ଗାନ୍ଧୀ ଏଠାକୁ ଆସିବେ ବୋଲି ଦଳ ପକ୍ଷରୁ କୁହାଯାଇଛି।ଓଡ଼ିଶାରେ କଂଗ୍ରେସ ସଙ୍ଗଠନ ମଜଭୁତ ନେଇ ରୋଡମ୍ୟାପ ପ୍ରସ୍ତୁତ ହୋଇଛି।

Exit mobile version