ଗୁଜରାଟ ଗସ୍ତର ଦ୍ବିତୀୟ ଦିନରେ ଆଜି ଗାନ୍ଧିନଗରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଶାଳ ରୋଡ୍ ଶୋ’ l

ସତ୍ୟଶିଖା :୨୭/୦୫/୨୦୨୫:ରୋଡ ଶୋ ରେ ପ୍ରାୟ 30 ହଜାର ବିଜେପି କର୍ମୀ ପିଏମ ମୋଦିଙ୍କୁ ସ୍ବାଗତ ଜଣାଇଛନ୍ତି। ଏହାପରେ ପ୍ରଧାନମନ୍ତ୍ରୀ ଗାନ୍ଧିନଗରରେ ଗୁଜରାଟ ସହରାଞ୍ଚଳ ବିକାଶର ୨୦ତମ ବାର୍ଷିକୀ ସମାରୋହରେ ଯୋଗ ଦେବେ । ଏଥିସହ ସହରାଞ୍ଚଳ ବିକାଶ -୨୦୨୫ର ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି ।

। ‘ସହରାଞ୍ଚଳ ବିକାଶ ବର୍ଷ ୨୦୦୫’ର ୨୦ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ଗାନ୍ଧିନଗରଠାରେ ସହରାଞ୍ଚଳ ବିକାଶ ବର୍ଷ ୨୦୨୫, ଗୁଜରାଟର ସହରାଞ୍ଚଳ ବିକାଶ ଯୋଜନା ଏବଂ ରାଜ୍ୟ ସ୍ୱଚ୍ଛ ବାୟୁ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ । ପ୍ରଧାନମନ୍ତ୍ରୀ ସହରାଞ୍ଚଳ ବିକାଶ, ସ୍ୱାସ୍ଥ୍ୟ ଏବଂ ଜଳଯୋଗାଣ ସମ୍ବନ୍ଧିତ ଅନେକ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିବେ । ଏହି ଅବସରରେ ସେ ଉପସ୍ଥିତ ଜନସମାବେଶକୁ ସମ୍ବୋଧିତ କରିବେ। ରୋଡ ଶୋ ପରେ ପିଏମ ମୋଦି ମହାତ୍ମା ମନ୍ଦିରରେ 5 ହଜାର 536 କୋଟି ଟଙ୍କାର ବିକାଶ କାର୍ଯ୍ୟର ଲୋକାର୍ପଣ ଓ ଶିଳାନ୍ୟାସ କରିବେ।

ଏହା ସହିତ ପ୍ରଧାନମନ୍ତ୍ରୀ ପିଏମ୍ଏୱାଇ ଅଧୀନରେ ୨୨,୦୦୦ ରୁ ଅଧିକ ଘର ମଧ୍ୟ ଲୋକାର୍ପଣ କରିବେ । ସେ ମଧ୍ୟ ସ୍ୱର୍ଣ୍ଣିମ ଜୟନ୍ତୀ ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନା ଅଧୀନରେ ଗୁଜରାଟର ସହରାଞ୍ଚଳ ସ୍ୱାୟତ୍ତ ଶାସନ ସଂସ୍ଥାଗୁଡ଼ିକ ପାଇଁ ୩,୩୦୦ କୋଟି ଟଙ୍କା ପ୍ରଦାନ କରିବେ।

Exit mobile version