ନ୍ୟୁଜ୍ରାଜ୍ୟ

ବନ୍ଦହେବ ବ୍ରହ୍ମପୁର ଦୂରଦର୍ଶନ !

ସତ୍ୟଶିଖା( ବ୍ରହ୍ମପୁର  )୧୩.୧୦ .୨୦୨୧: ଆବଶ୍ୟକୀୟ ମୂଲ୍ୟବାନ ସୂଚନା, ବୈଷୟିକ ଜ୍ଞାନ କୌଶଳ, ଶିକ୍ଷା, ସ୍ୱାସ୍ଥ୍ୟ ସଂପର୍କିତ ଖବର ଜନସାଧାରଣଙ୍କ ଠାରେ ପହଞ୍ଚାଇବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଦୂରଦର୍ଶନର ପ୍ରସାରଣ କାର୍ଯ୍ୟକ୍ରମ ଚାଲୁରହିଛି । ଫଳରେ ଦେଶର ଦୁର୍ଗମ ଅଞ୍ଚଳରେ କୋଟି କୋଟି ଜନସାଧାରଣ ଉପକୃତ ହେଉଛନ୍ତି । ଏହା ବ୍ୟତୀତ ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଦୂରଦର୍ଶନ ହିଁ ଜନସାଧାରଣଙ୍କୁ ସୂଚନା ଦେବାର ଏକ ମାତ୍ର ମାଧ୍ୟମ ପାଲଟିଥାଏ । ଏଭଳି ସୁବିଧାରୁ ଜନସାଧାରଣଙ୍କୁ ବଞ୍ôଚତ କରିବା ନିଷ୍ପତ୍ତି ଆଦୌ ଗ୍ରହଣୀୟ ନୁହେଁ। କିନ୍ତୁ ବିଡ଼ମ୍ବନାର ବିଷୟ ଚଳିତ ମାସ ଶେଷ ସୁଦ୍ଧା ବ୍ରହ୍ମପୁର ସ୍ଥିତ ଦୂରଦର୍ଶନ କେନ୍ଦ୍ର ବନ୍ଦ କରାଯିବା ନେଇ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି । ଏହକୁ ନେଇ ଜନସାଧାରଣଙ୍କ ମଧ୍ୟରେ ଘୋର ଅସନ୍ତୋଷ ଦେଖାଦେଇଛି ।

ବହୁ ପ୍ରମୁଖ ଏହାକୁ ବିରୋଧ କରିବା ଆରମ୍ଭ କରିଛନ୍ତି । ତେବେ  ଜନସାଧାରଣଙ୍କ ପାଇଁ  ଅତ୍ୟାବଶ୍ୟକ ହୋଇଥିବା ଏହି ସେବାକୁ ବ୍ୟାବସାୟିକ ଦୃଷ୍ଟିକୋଣରୁ ଦେଖାଯାଉଥିବାରୁ ଏଭଳି ସ୍ଥିତି ଉତ୍ପନ୍ନ ହୋଇଥିବା ଜଣାପଡ଼ିଛି । କେନ୍ଦ୍ର ସରକାରଙ୍କ ଏଭଳି ନିଷ୍ପତ୍ତିକୁ ଉଭୟ ଶାସକ ଏବଂ ବିରୋଧି ଦଳ ଅତ୍ୟନ୍ତ ହାଲୁକା ଭାବେ ନେବା ଦୁର୍ଭାଗ୍ୟଜନକ ବିଷୟ ବୋଲି ବୁଦ୍ଧିଜୀବି ମହଲରେ ଚର୍ଚ୍ଚା ହେଉଛି । ସୂଚନା ଯୋଗ୍ୟ ଯେ ସଂପ୍ରତି ବ୍ରହ୍ମପୁର ଠାରେ ଥିବା ଦୁରଦର୍ଶନ କେନ୍ଦ୍ରଟି ସହରର ପ୍ରାୟ ୫୦ କିମି ବ୍ୟାସାର୍ଦ୍ଧ ଅଞ୍ଚଳରେ ଥିବା ସମସ୍ତ ଅଞ୍ଚଳରେ ଲକ୍ଷାଧିକ ଜନସାଧାରଣଙ୍କୁ ସମାଚାର ଦେବା ସାଙ୍ଗକୁ, ଶିକ୍ଷା, ସ୍ୱାସ୍ଥ୍ୟ,ମନୋରଞ୍ଜନ, ଦେବା ସହ କୋଭିଡ ସମୟରେ ପ୍ରଥମ ଶ୍ରେଣୀର ବିଦ୍ୟାର୍ଥୀଙ୍କ ଠାରୁ ଆରମ୍ଭ କରି ଦ୍ୱାଦଶ ଶ୍ରେଣୀର ପିଲାଙ୍କୁ  ଅନ୍‌ଲାଇନରେ ଶିକ୍ଷାର ସୁଯୋଗ ଦେଇପାରୁଛି ।

ଅନ୍ୟପକ୍ଷରେ ବନ୍ୟା, ସାମୁଦ୍ରିକ ଝଡ଼ ଭଳି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଅନ୍ୟ ଖବର ପ୍ରସାରଣ ମାଧ୍ୟମ ଠପ୍ ପଡିଲେ ବି ଦୂରଦର୍ଶନ ସୁଚନା ଯୋଗାଇପାରୁଛି । ସଂପ୍ର୍ରତି କେନ୍ଦ୍ର ସରକାର ଏହାକୁ ଡିଜିଟାଇଜେସନ କରିବା ଆଳରେ ବନ୍ଦ କରିଦେବାକୁ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି । ସଂପ୍ରତି ଏହି କେନ୍ଦ୍ର ଜିଲ୍ଲାର ଦୁର୍ଗମ ଅଞ୍ଚଳରେ ଥିବା ଲୋକେ ମାଗଣାରେ ମୁଲ୍ୟବାନ ସୁଚନା ପାଇପାରୁଛନ୍ତି । ଏହାକୁ ବନ୍ଦ କରିଦିଆଗଲେ ସେମାନେ ବିଭିନ୍ନ ବିଷୟରେ ଅଜ୍ଞ ହୋଇଯିବାର ସମ୍ଭାବନା ରହିଛି । କାରଣ ଆଜି ବି ଗଞ୍ଜାମ ଜିଲ୍ଳାର ଅନେକ ଅଞ୍ଚଳରେ ଇଣ୍ଟରନେଟର ଉପଲବଧତା ନାହିଁ । ତେଣୁ ଦୁରଦର୍ଶନ ହିଁ ଖବର ଜାଣିବାର, ବିଭିନ୍ନ ବିଷୟରେ ସଚେତନ ହେବାର ଏକ ମାତ୍ର ମାଧ୍ୟମ ଭାବେ ରହିଛି । ଏହି ସୁବିଧା କାଢ଼ି ନେବା ଅର୍ଥ ସେମାନଙ୍କୁ ଅଜ୍ଞାନର ଅନ୍ଧକାର ଭିତରକୁ ଠେଲି ଦେବା ସହ ସମାନ ବୋଲି ବୁଦ୍ଧିଜୀବି ମହଲରେ ମତ ପ୍ରକାଶ ପାଇଛି ।

 

Show More
Back to top button