ଦେଶନ୍ୟୁଜ୍

ଆଜିଠୁ ୨ ଦିନିଆ ଗୁଜରାଟ ଗସ୍ତରେ ରହିବେ ପ୍ରଧାନମନ୍ତ୍ରୀ ମୋଦୀ

ଜୁନ୍ ୧୮ରେ ମା’ଙ୍କ ୧୦୦ତମ ଜନ୍ମଦିନ

ସତ୍ୟଶିଖା(ଗୁଜରାଟ )୧୭.୦୬. ୨୦୨୨ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଦୁଇ ଦିନିଆ ଗସ୍ତରେ ନିଜର ଗୃହ ରାଜ୍ୟ ଗୁଜରାଟ ଗସ୍ତରେ ଯାଉଛନ୍ତି । ସେଠାରେ ସେ ଅନେକଗୁଡ଼ିଏ କାର୍ଯ୍ୟକ୍ରମରେ ଯୋଗଦେବେ । ଏହି ଗସ୍ତକାଳରେ ପ୍ରଧାନମନ୍ତ୍ରୀ ମୋଦୀ ୨୧,୦୦୦ କୋଟି ଟଙ୍କାରୁ ଅଧିକର ଭିନ୍ନ ଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବେ ।

ପ୍ରଧାନମନ୍ତ୍ରୀ ମୋଦୀଙ୍କ ସାନଭାଇ ପଙ୍କଜ ମୋଦୀ ଜାତୀୟ ଗଣମାଧ୍ୟମକୁ କହିଛନ୍ତି ଯେ, ମା’ ହୀରାବେନ୍‌ଙ୍କ ଜନ୍ମ ୧୯୨୩ ମସିହା ଜୁନ ୧୮ ତାରିଖରେ ହୋଇଥିଲା । ସେ ଜୁନ୍ ୧୮ରେ ୧୦୦ତମ ବର୍ଷରେ ପ୍ରବେଶ କରିବେ । ପ୍ରଧାନମନ୍ତ୍ରୀ ମୋଦୀ ଜୁନ ୧୮ରେ ଗୁଜରାଟ ଗସ୍ତରେ ଥିବେ । ସେ ପାୱାଗଡ଼ ମନ୍ଦିର ଯିବେ ଏବଂ ପରେ ଭଦୋଦରାରେ ଏକ ରାଲିକୁ ସମ୍ବୋଧିତ କରିବେ । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଯାତ୍ରା କାଳରେ ମୋଦୀ ନିଜ ମା’ଙ୍କୁ ଭେଟିପାରନ୍ତି, ଯିଏକି ପଙ୍କଜ ମୋଦୀଙ୍କ ସହିତ ଗାନ୍ଧୀନଗରରେ ରୁହନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ମା’ଙ୍କୁ ଭେଟି ଆର୍ଶୀବାଦ ନେଇପାରନ୍ତି ।

ପ୍ରଧାନମନ୍ତ୍ରୀ ମୋଦୀ ମା’ ହୀରା ବାଙ୍କ ନାଁରେ ଗାନ୍ଧୀନଗରରେ ଏକ ସଡ଼କ ନାମକରଣ ହେବ । ଗାନ୍ଧୀନଗର ନଗର ନିଗମ ଏଭଳି ନିଷ୍ପତ୍ତି ନେଇଛି । ଏହି ସଡ଼କ ରାୟସଣକୁ ଯୋନିବ ।

ଗୁଜରାଟଙ୍କ ବଡ଼ନଗରରେ ହାଟକେଶ୍ୱର ମହାଦେବ ମନ୍ଦିରରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ମା’ ହୀରାଙ୍କ ଦୀର୍ଘ ଆୟୁଷ ଓ ସ୍ୱାସ୍ଥ୍ୟ ପାଇଁ ଭିନ୍ନ ଭିନ୍ନ ଧାର୍ମିକ କାର୍ଯ୍ୟକ୍ରମର ଆୟୋଜନ ହେବ । ଏଥି ପାଇଁ ଯୋଜନା କରାଯାଇଛି । କାର୍ଯ୍ୟକ୍ରମରେ ଭଜନ ସନ୍ଧ୍ୟା, ଶିବ ଆରାଧନା ଓ ସୁନ୍ଦରାକାଣ୍ଡ ପାଠ ସାମିଲ ରହିଛି ।

Show More
Back to top button