ସତ୍ୟଶିଖା ( ନୂଆଦିଲ୍ଲୀ ) ୮.୦୯.୨୦୨୦ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦିନ 11ଟା ସମୟରେ ରାଜସ୍ଥାନ ଜୟପୁରର ପତ୍ରିକା ଗେଟ୍ ର ଉଦଘାଟନ କରିବେ । ଭିଡିଓ କନ୍ଫରେନ୍ସିଂ ଜରିଆରେ ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି । ଏହି ଆଇକନିକ୍ ଗେଟ୍କୁ ପତ୍ରିକା ଖବରକାଗଜ ଦ୍ୱାରା କରାଯାଇଛି । ଜୟପୁରର ଜବାହାରଲାଲ ନେହେରୁ ମାର୍ଗରେ ତିଆରି ହୋଇଛି ଏହି ଗେଟ। ପତ୍ରିକା ଗୋଷ୍ଠୀର ଅଧ୍ୟକ୍ଷଙ୍କ ଦ୍ୱାରା ଲିଖିତ ଦୁଇଟି ପୁସ୍ତକର ମଧ୍ୟ ଉନ୍ମୋଚନ ମଧ୍ୟ ପ୍ରଧାନମନ୍ତ୍ରୀ କରିବେ। ଏହି କାର୍ଯ୍ୟକ୍ରମ ନେଇ ପ୍ରଧାନମନ୍ତ୍ରୀ ଙ୍କ କାର୍ଯ୍ୟାଳୟ ପକ୍ଷରୁ ଟୁଇଟ ମାଧ୍ୟମରେ ସୂଚନା ଦିଆଯାଇଛି ।