ସତ୍ୟଶିଖା ୨୭.୦୭.୨୦୨୦ : ସେକ୍ଟର 39 ସ୍ଥିତ ରାଷ୍ଟ୍ରୀୟ କର୍କଟ ନିରାକରଣ ଏବଂ ଅନୁସନ୍ଧାନ ପ୍ରତିଷ୍ଠାନରେ ନିର୍ମିତ ଅତ୍ୟାଧୁନିକ ଲ୍ୟାବର ଉଦଘାଟନ ହେବ । ଏଠାରେ 12ଟି ଆରଟିପିସିଆର ମେସିନ ସଂସ୍ଥାପନ ହେବ । 4 ଆରଏନଏ ଏକ୍ସଟେନସନ ମେସିନ ମଧ୍ୟ ସ୍ଥାପନ କରାଯିବ । ସୋମବାର ସନ୍ଧ୍ୟା 4ଟା 30ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନ୍ସିଂ ମାଧ୍ୟମରେ ନୋଏଡା, କୋଲକାତା ଏବଂ ମୁମ୍ବାଇ ସ୍ଥିତ ଲ୍ୟାବର ଉଦଘାଟନ କରିବେ । ଏଠାରେ ପ୍ରତିଦିନ 6000 ନମୁନା ଯାଂଚ୍ ହେବ । ତେବେ ଏହି ସବୁ ସେଣ୍ଟରକୁ କେଉଁ କେଉଁ ଠାରୁ ନମୁନା ପଠାଯିବ ସେ ନେଇ ସ୍ପଷ୍ଟ ହୋଇ ନାହିଁ ।
ଭାରତୀୟ ଚିକିତ୍ସା ଅନୁସନ୍ଧାନ ପରିଷଦ ତିନୋଟି ଲ୍ୟାବ ତିଆରି କରିଛି । କୋଲକାତାରେ 3000 ଏବଂ ମୁମ୍ଵାଇରେ 1200 କରୋନା ସନ୍ଦିଗ୍ଧ ରୋଗୀଙ୍କ ନମୁନା ଯାଂଚ୍ ହେବ । ସୋମବାର ଠାରୁ ସମସ୍ତ ଲ୍ୟାବଗୁଡିକ ବାୟୋ ସୁରକ୍ଷା ସ୍ତରରେ ସଜ୍ଜିତ ହୋଇଛି । ଯାହା କୋଭିଡ ଅନୁସନ୍ଧାନ ପାଇଁ ଆବଶ୍ୟକ l ଏହା ଉତ୍ତରପ୍ରଦେଶର ସବୁଠାରୁ ବଡ କରୋନା ପରୀକ୍ଷଣ ଲ୍ୟାବ ହେବ । ବର୍ତ୍ତମାନ, ସେକ୍ଟର -62 ରେ ଅବସ୍ଥିତ ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ବାୟୋଲୋଜିକାଲ୍ (NIB) ସର୍ବାଧିକ 1000 ଅନୁସନ୍ଧାନ କରୁଛି । ଅନ୍ୟ ପଟେ ଜିମ୍ସ, ଶିଶୁ ଡାକ୍ତରଖାନା, ଜେପି, ଶାରଦା ସମେତ ଏହି ସଂଖ୍ୟା ଦିନକୁ 2000 ରୁ ଅଧିକ ଅଟେ l
ପଶ୍ଚିମ ୟୁପି ମଧ୍ୟ ଉପକୃତ ହେବ
ନୋଏଡା ଲ୍ୟାବ ପଶ୍ଚିମ ଉତ୍ତରପ୍ରଦେଶର ରୋଗୀଙ୍କ ନମୁନା ପରୀକ୍ଷା କରିବ ବୋଲି ଆଶା କରାଯାଉଛି । ତେବେ ଜିଲ୍ଲା ପ୍ରଶାସନ କିମ୍ବା ସ୍ୱାସ୍ଥ୍ୟ ବିଭାଗର କୌଣସି ଅଧିକାରୀଙ୍କ ପାଖରେ ସ୍ପଷ୍ଟ ସୂଚନା ନାହିଁ । ଲ୍ୟାବ ଆରମ୍ଭରୁ 2-3 ଦିନ ମଧ୍ୟରେ ରୋଗୀଙ୍କ ପରୀକ୍ଷା ରିପୋର୍ଟ ଆଶା କରାଯାଏ । ସମ୍ପ୍ରତି RTPCR ରିପୋର୍ଟ 5 ରୁ 7 ଦିନ ମଧ୍ୟରେ ମିଳୁଛି ।