ଦେଶନ୍ୟୁଜ୍

ପ୍ରଧାନମନ୍ତ୍ରୀ ମୋଦି ଆଜି ଦେଶବାସୀଙ୍କୁ ମନ୍ କି ବାତରେ ସମ୍ବୋଧନ କରିବେ l

ସତ୍ୟଶିଖା ୩୦ .୦୮.୨୦୨୦ :  ଆଜି 68 ତମ ‘ମନ କି ବାତ’ କାର୍ଯ୍ୟକ୍ରମରେ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରବିବାର ଦିନ ସକାଳ 11 ଟାରେ ଅଲ ଇଣ୍ଡିଆ ରେଡିଓରେ ‘ମନ କି ବାତ’ କାର୍ଯ୍ୟକ୍ରମରେ ଦେଶ ତଥା ବିଦେଶର ଲୋକଙ୍କ ସହ ନିଜର ଭାବନା ବାଣ୍ଟିବେ ପ୍ରଧାନମନ୍ତ୍ରୀ । ଏ ନେଇ ପୂର୍ବରୁ ଏକ ଟୁଇଟ୍‌ରେ ପ୍ରଧାନମନ୍ତ୍ରୀ ଏହି କାର୍ଯ୍ୟକ୍ରମ ପାଇଁ ଲୋକମାନଙ୍କୁ ମତାମତ ଦେବାକୁ ଅପିଲ କରିଥିଲେ । ନମୋ ଆପ୍ କିମ୍ବା ମାଇ ଗଭ୍ ଓପନ୍ ଫୋରମରେ ସେମାନଙ୍କର ମତାମତ ଦେବକୁ କହିଥିଲେ ପ୍ରଧାନମନ୍ତ୍ରୀ ।

ଲୋକଙ୍କ ଠାରୁ ଆସୁଥିବା ମତାମତ ଏବଂ ବାର୍ତ୍ତାକୁ ସେ ଭାରତବାସୀଙ୍କୁ ନିଜ କାର୍ଯ୍ୟକ୍ରମ ମାଧ୍ୟମରେ ବାଣ୍ଟିବା ସହ ପ୍ରେରଣା ଦେଉଛନ୍ତି । କରୋନା ମହାମରୀ ସମୟରେ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ନିଜର କାର୍ଯ୍ୟକ୍ରମ ମାଧ୍ୟମରେ ସଚେତନତା ବାର୍ତା ଦେଉଛନ୍ତି । ବର୍ତ୍ତମାନ ଅନେକ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବାରୁ ଏହି ବିଷୟରେ ସେ କଥା ହୋଇ ପାରନ୍ତି ବୋଲି ଅନୁମାନ କରାଯାଉଛି ।

Show More
Back to top button