ସତ୍ୟଶିଖା (ନୂଆଦିଲ୍ଲୀ) ୦୩/୧୨/୨୦୨୦ : ସାଧାରଣତନ୍ତ୍ର ଦିବସ ଜାନୁଆରୀ ୨୬ରେ ଅତିଥି ହେବା ପାଇଁ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କୁ ନିମନ୍ତ୍ରଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗତ ୨୭ ତାରିଖରେ ଫୋନରେ କଥା ହୋଇ ନିମନ୍ତ୍ରଣ କରିଥିଲେ ମୋଦି । ପ୍ରତିବଦଳରେ, ଆସନ୍ତାବର୍ଷ ବ୍ରିଟେନରେ ହେବାକୁ ଥିବା ଜି-ସେଭେନ୍ ଶିଖର ବୈଠକରେ ଭାରତ ଆମନ୍ତ୍ରଣ କରିଛି ବ୍ରିଟେନ୍ । ୧୯୯୩ ମସିହାରେ ଶେଷଥର ପାଇଁ ସାଧାରଣତନ୍ତ୍ର ଦିବସରେ ଭାରତର ଜାତୀୟ ଉତ୍ସବରେ ଅତିଥି ହୋଇଥିଲେ ବ୍ରିଟେନର ତତ୍କାଳୀନ ପ୍ରଧାନମନ୍ତ୍ରୀ ଜନ ମେଜର ।