ସତ୍ୟଶିଖା ୧୭ .୦୯.୨୦୨୦ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଜି ହେଉଛି ୭୦ ତମ ଜନ୍ମଦିନ । ଏଥିପାଇଁ ବିଜେପି ପକ୍ଷରୁ ବିଶେଷ ପ୍ରସ୍ତତି ହୋଇଛି । ଏବି ଅବସରରେ ୧୪ରୁ ୨୦ ସେପେଟମ୍ବରକୁ ସେବ ସପ୍ତାହ ଭାବେ ପାଳନ କରୁଛି ଦଳ । ପ୍ରତ୍ୟେକ ଜିଲ୍ଲାର ବୁଥ ସ୍ତରୀୟ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଏଥିମଧ୍ୟରେ ରହିଛି ରକ୍ତଦାନ, ପିଲାଙ୍କୁ ପୁସ୍ତକ ବଂଟନ ଓ ହସପିଟାଲରେ ଫଳ ବଂଟନ । ଏଥିପାଇଁ ଅଲଗା ଅଲଗା ସେବା ଗତିବିଧି ଆୟୋଜନକରିବାକୁ ବିଜେପି ସଭାପତି ଜେପି. ନଡ୍ଡା କର୍ମୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।