ସତ୍ୟଶିଖା (ନୂଆଦିଲ୍ଲୀ) ୧୭/୧୦/୨୦୨୦ : ଆଜିଠାରୁ ଆରମ୍ଭ ହୋଇଛି ଶାରଦୀୟ ନବରାତ୍ର । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ମା’ ଶୈଳପୁତ୍ରୀଙ୍କ ପୂଜାରୁ ପ୍ରାରମ୍ଭ ହୋଇଥିବା ଏ ଉତ୍ସବ ଆସନ୍ତା ନଅ ଦିନ ପର୍ଯ୍ୟନ୍ତ ଚାଲିବ । ଅକ୍ଟୋବର ୨୬ରେ ଦଶହରା ସହ ଶେଷ ହେବ । ମୋଦି ଟ୍ୱିଟ୍ କରି ଦେଶବାସୀଙ୍କୁ ନବରାତ୍ରର ଶୁଭେଚ୍ଛା ଜଣାଇଛନ୍ତି । ସେ କହିଛନ୍ତି ‘ନବରାତ୍ରିରେ ସମସ୍ତଙ୍କୁ ଶୁଭେଚ୍ଛା । ଜଗତ ଜନନୀ ମା ଜଗଦମ୍ବା ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି ଓ ସମୃଦ୍ଧି ଆଣନ୍ତୁ । ଜୟ ମାତା ଦି ।’
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନବରାତ୍ରର ଶୁଭେଚ୍ଛା ଜଣାଇଲେ ଦେଶବାସୀଙ୍କୁ
