

ସତ୍ୟଶିଖା( ଲଖନଉ )୧୪.୦୫.୨୦୨୨ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମେ’ ୧୬ ତାରିଖରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ତାଙ୍କ ମନ୍ତ୍ରୀମାନଙ୍କ ସହିତ ମୁଖ୍ୟମନ୍ତ୍ରୀଙ୍କ ସରକାରୀ ନିବାସ ୫, କାଳିଦାସରେ ରାତ୍ରିଭୋଜନ କରିବେ ଏବଂ ସୁଶାସନର ମନ୍ତ୍ର ଦେବେ । ସେହିପରି ମୋଦୀ ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିବାସକୁ ଯିବେ । କିନ୍ତୁ ଗତଥର ମୋଦୀ ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ନିବାସକୁ ପହଞ୍ଚିଥିଲେ ।
ପ୍ରଧାନମନ୍ତ୍ରୀ ମୋଦୀ ନେପାଳର ଲୁମ୍ବିନୀରେ ବୁଦ୍ଧ ପୂର୍ଣ୍ଣିମା ଅବସରରେ ହେବାକୁ ଥିବା କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ । ମୋଦୀ ଦିଲ୍ଲୀରୁ କୁଶୀନଗର ନେପାଳ ଯିବେ । ସେଠାରୁ ଫେରି ସନ୍ଧ୍ୟାରେ ଲଖନଉରେ ମୁଖ୍ୟମନ୍ତ୍ରୀ ନିବାସରେ ଯୋଗୀଙ୍କ ସହିତ ଚର୍ଚ୍ଚା କରିବେ । ସୂତ୍ର ଅନୁସାରେ ୧୬ରେ ଲଖନଉରେ ରହିବାକୁ ଏବଂ ନିଜର ଆରଟିପିସିଆର ଟେଷ୍ଟ କରିବାକୁ ପରାମର୍ଶ ଦିଆଯାଇଛି । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମକୁ ଦୃଷ୍ଟିରେ ରଖି ଏସପିଜିର ଟିମ୍ ସୁରକ୍ଷା ଓ ପ୍ରୋଟୋକଲ ପ୍ରକ୍ରିୟା ଆରମ୍ଭ କରିଦେଇଛନ୍ତି ।