ଦୁଇ ଦିନିଆ ୟୁକେ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦି ।


ସତ୍ୟଶିଖା ୨୪/୦୭/୨୦୨୫:ଲଣ୍ଡନରେ ପହଞ୍ଚିବା ପରେ ପିଏମ୍ ଙ୍କୁ ପ୍ରବାସୀ ଭାରତୀୟଙ୍କ ପକ୍ଷରୁ ଭବ୍ୟ ସ୍ବାଗତ କରାଯାଇଥିଲା । ଦୁଇ ଦେଶ ମଧ୍ୟରେ ମୁକ୍ତ ବାଣିଜ୍ୟ ଚୁକ୍ତି ସ୍ବାକ୍ଷର ସମ୍ଭାବନା । ଶିକ୍ଷା, ପ୍ରଯୁକ୍ତିବିଦ୍ୟା, ପ୍ରତିରକ୍ଷା ସହଯୋଗ ନେଇ ହେବ ଦ୍ବିପାକ୍ଷିକ ଆଲୋଚନା । ପିଏମ୍ ମୋଦି-ବ୍ରିଟେନ୍ ପିଏମ୍ କୀର ଷ୍ଟାରମରଙ୍କ ମଧ୍ୟରେ ଦ୍ବିପାକ୍ଷିକ ଆଲୋଚନା ଉପରେ ସାରା ବିଶ୍ବର ନଜର ରହିଛି । ଫ୍ରି ଟ୍ରେଡ ଏଗ୍ରିମେଣ୍ଟକୁ ଚୂଡ଼ାନ୍ତ ରୂପ ଦେବା ଉଭୟ ଦେଶ ପାଇଁ ଐତିହାସିକ ପଦକ୍ଷେପ ହେବାକୁ ଯାଉଛି ।
ଆମେରିକା, ଚୀନ, ରୁଷିଆ ସମେତ ବିଶ୍ବର ବିଭିନ୍ନ ଦେଶରେ ଟାରିଫ ୱାର୍ ଜାରି ରହିଥିବାବେଳେ ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତି ଉଭୟ ରାଷ୍ଟ୍ର ପାଇଁ ବଡ଼ ସଫଳତା ହେବ ବୋଲି କହିଛନ୍ତି ବୈଦେଶିକ ମନ୍ତ୍ରଣାଳୟ ସଚିବ ବିକ୍ରମ ମିଶ୍ରି । ବାଣିଜ୍ୟ ସହ ପ୍ରଧାନମନ୍ତ୍ରୀ ମୋଦି ଓ ବ୍ରିଟେନ ପିଏମ୍ କୀର ଷ୍ଟାରମରଙ୍କ ଦ୍ବିପାକ୍ଷିକ ଆଲୋଚନାରେ ପ୍ରତିରକ୍ଷା, ଶିକ୍ଷା, ପ୍ରଯୁକ୍ତିବିଦ୍ୟା, ସୁରକ୍ଷା ସହଯୋଗ, AI, ବାୟୋ ଟେକ୍ନୋଲୋଜି, ସେମିକଣ୍ଡକ୍ଟର ଉତ୍ପାଦନ, କ୍ୱାଣ୍ଟମ୍ କମ୍ପ୍ୟୁଟିଂ ଭଳି କ୍ଷେତ୍ରରେ ସହଯୋଗ ବୃଦ୍ଧି ପ୍ରସଙ୍ଗ ସ୍ଥାନ ପାଇବା ସମ୍ଭାବନା ରହିଛି ।