ଆଜିଠୁ ତିନିଦିନିଆ ତାମିଲନାଡୁ ଗସ୍ତରେ ରାଷ୍ଟ୍ରପତି କୋବିନ୍ଦ

 ସତ୍ୟଶିଖା(ନୂଆଦିଲ୍ଲୀ) ୦୯ .୦୩.୨୦୨୧: ତିନିଦିନିଆ ତାମିଲାନାଡୁ ଗସ୍ତରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଆଜି ସଂନ୍ଧ୍ୟାରେ ଚେନ୍ନାଇ ଅଭିମୁଖେ ବାହାରିବେ ରାଷ୍ଟ୍ରପତି । ଏନେଇ ରାଷ୍ଟ୍ରପତି କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି । ଆସନ୍ତାକାଲି( ବୁଧବାର)ଭେଲୋର ଗସ୍ତ କରି ଥିରୁଭାଲୁଭାର ବିଶ୍ୱବିଦ୍ୟାଳୟର ୧୬ତମ ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ । ଏହା ପରେ ମାର୍ଚ୍ଚ ତାରିଖରେ ଚେନ୍ନାଇ ଆନ୍ନା ବିଶ୍ୱବିଦ୍ୟାଳୟର ୪ତମ ସମାବର୍ତ୍ତନ ସମାରୋହରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ପୂର୍ବରୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମାର୍ଚ୍ଚ ୬ ରୁ ୭ ଦୁଇ ଦିନିଆ ମଧ୍ୟପ୍ରଦେଶ ଗସ୍ତ କରିଥିଲେ । ଗସ୍ତରେ ରାଷ୍ଟ୍ରପତି ଜବଲପୁରରେ ଅଲ ଇଣ୍ଡିଆ ଜୁଡିସିଆରୀ ଏକାଡେମୀକୁ ଉଦଘାଟନ କରିଥିଲେ । ଏହା ପରେ ରାଷ୍ଟ୍ରପତି ଆଦିବାସୀ କଲ୍ୟାଣ ବିଭାଗ ଦ୍ୱାରା ଆୟୋଜିତ ଜନଜାତୀୟ ସମ୍ମିଳନୀରେ ଯୋଗ ଦେଇଥିଲେ । ଗତ ମାସରେ ପ୍ରଥମ ଥର ପାଇଁ କେନ୍ଦ୍ରଶାସିତ ଅଞ୍ଚଳ ଆଣ୍ଡାମାନ ଓ ନିକୋବର ଦୀପପୁଞ୍ଜ ଗସ୍ତ କରିଥିଲେ ।

Exit mobile version