ଆସନ୍ତା ମାସରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ସତ୍ୟଶିଖା(ଭୁବନେଶ୍ୱର)୨୮.୧୧.୨୦୨୨:  ଦେଶର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ଡିସେମ୍ବର ମାସରେ ପୁନର୍ବାର ଓଡ଼ିଶା ଆସିବେ ବୋଲି କୁହାଯାଉଛି। ଏନେଇ ବିଧିବଦ୍ଧ ଭାବେ ରାଷ୍ଟ୍ରପତି ଭବନ ପକ୍ଷରୁ ଓଡ଼ିଶା ରାଜଭବନ ସଚିବାଳୟକୁ କୌଣସି ଚିଠି ହୋଇନାହିଁ। କିନ୍ତୁ ଡିସେମ୍ବର ତୃତୀୟ କିମ୍ବା ଚତୁର୍ଥ ସପ୍ତାହରେ ରାଷ୍ଟ୍ରପତି ମହୋଦୟା ଓଡ଼ିଶା ଆସିବାର ସମ୍ଭାବନା ରହିଛି।

ଗତ ଦୁଇ ଦିନିଆ ଗସ୍ତରେ ସେ ନିଜ ଜନ୍ମମାଟି ମୟୂରଭଞ୍ଜ ଗସ୍ତ କରି ନ ଥିଲେ। ତେଣୁ ଆଗାମୀ ଗସ୍ତରେ ସେ ନିଜ ଗାଁ ଉପର ବେଡା-ପାହାଡ଼ପୁର ଗସ୍ତ କରିବେ। ମହାମହିମଙ୍କ ସମ୍ଭାବ୍ୟ ଗସ୍ତକୁ ଦୃଷ୍ଟିରେ ରଖି ସ୍ଥାନୀୟ ଅଞ୍ଚଳରେ ବ୍ୟାପକ ପ୍ରସ୍ତୁତି କରାଯାଉଥିବା ଜଣାପଡିଛି। ସେହିପରି ରାଜଧାନୀ ଭୁବନେଶ୍ୱରେ ଥିବା ୨ ପ୍ରତିଷ୍ଠିତ ମହାବିଦ୍ୟାଳୟ ଉତ୍କଳ ବିଶ୍ୱବିଦ୍ୟାଳୟ ଏବଂ ରମାଦେବୀ ବିଶ୍ୱବିଦ୍ୟାଳୟଦ୍ୱାରା ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମଧ୍ୟ ରାଷ୍ଟ୍ରପତି ମହୋଦୟା ଯୋଗ ଦେବାର କାର୍ଯ୍ୟକ୍ରମ ରହିଥିବା ଜଣାପଡିଛି।

Exit mobile version