

ସତ୍ୟଶିଖା( ନୂଆଦିଲ୍ଲୀ )୧୦.୧୦୨୦୨୨: ମୁଲାୟମ ସିଂ ଯାଦବଙ୍କ ପରଲୋକରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୋକପ୍ରକାଶ କରିଛନ୍ତି । ଶୋକବାର୍ତ୍ତାରେ ରାଷ୍ଟ୍ରପତି ମୁର୍ମୁ ମୁଲାୟମଙ୍କ ଦେହାନ୍ତ ଅପୁରଣୀୟ କ୍ଷତି ହୋଇଥିବା କହିଥିବା ବେଳେ, ମୁଲାୟମ ସିଂ ଯାଦବ ଏକ ସାଧାରଣ ପରିବାରରୁ ଆସି ଅସାଧାରଣ କାର୍ଯ୍ୟ କରିଥିବା କହିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ନିଜର ଶୋକବାର୍ତ୍ତାରେ ମୁଲାୟମଙ୍କ ସହ ତାଙ୍କର ନିବିଡ଼ତାକୁ ନେଇ ସୂଚନା ଦେଇଛନ୍ତି । ମୋଦୀ କହିଛନ୍ତି କି, ମୁଲାୟମ ସିଂ ଯାଦବ ମୁଖ୍ୟମନ୍ତ୍ରୀ ଥିବା ସମୟରେ ଅନେକ ବାର୍ତ୍ତାଳପ ହୋଇଛି । ଜରୁରୀ ପରିସ୍ଥିତି ସମୟରେ ଗଣତନ୍ତ୍ରର ସୁରକ୍ଷା ପାଇଁ କାମ କରିଥିଲେ ମୁଲାୟମ । ତାହା ସହ ପ୍ରତିରକ୍ଷା ମନ୍ତ୍ରୀ ଭାବେ ଦେଶର ଶକ୍ତି ବୃଦ୍ଧି ପାଇଁ ମୁଲାୟମ ଉଦ୍ୟମ କରିଥିଲେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ମୁଲାୟମ ସିଂ ଯାଦବଙ୍କ ପରଲୋକରେ ଶୋକପ୍ରକାଶ କରିଛନ୍ତି । ରାଜନାଥ କହିଛନ୍ତି, ଦଶନ୍ଧି ଦଶନ୍ଧି ହେଲା ୟୁପି ରାଜନୀତିରେ ପ୍ରମୁଖ ଭୂମିକା ନଭାଇଥିଲେ ।