

ସତ୍ୟଶିଖା ( ଭୁବନେଶ୍ୱର ) ୧୪.୦୯.୨୦୨୦ : ଅଣାୟତ୍ତ କରୋନା । ପ୍ରତିଦିନ ଅଧିକ ଭୟଙ୍କର ଭାବେ ମାଡିଚାଲିଛି କରୋନା ଭାଇରସ । ଯାହାକୁ ନିୟନ୍ତ୍ରଣ କରିବା ପାଇଁ ରାଜ୍ୟ ସରକାର ବିଭିନ୍ନ ପଦେକ୍ଷପ ନେଉଛନ୍ତି । ତେବେ କରୋନା ଯୁଦ୍ଧରେ ହାରିଯାଇଛନ୍ତି ଯୁବ କୋଭିଡ ଯୋଦ୍ଧା । ଭୁବନେଶ୍ୱରର ଖଣ୍ଡଗିରି ଥାନାରେ କାର୍ଯ୍ୟରତ ପୋଲିସ ଏଏସ୍.ଆଇ ଶିଶିର କୁମାର ସେଠୀ କରୋନାରେ ଲଢେଇ ହାରିଯାଇଛନ୍ତି ।
କରୋନାରେ ଭାଇରସରେ ପ୍ରାଣ ହରାଇଛନ୍ତି ଶିଶିର କୁମାର ସେଠୀ । ସେ ଜଣେ ଭଲ ଅଫିସର ଥିଲେ । ସଦାସର୍ବଦା ନିଜ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ବେଶ୍ ଜଣାଶୁଣା ଥିଲେ ଥାନା ଅଧିକାରୀ ଶିଶିର । ଡ୍ୟୁଟି ସମୟରେ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ । ଏନେଇ ଭୁବନେଶ୍ୱର ଡିସିପି ପକ୍ଷରୁ ଟ୍ବିଟ୍ର ଜରିଆରେ ସୂଚନା ଦେଇଛନ୍ତି । ତାଙ୍କ ପରିବାର ସଦସ୍ୟ ଓ ୩ ଝିଅଙ୍କୁ କମିଶନରେଟ୍ ପୋଲିସ ପକ୍ଷରୁ ଆଶ୍ୱlସନା ଦିଆଯାଇଛି ।