ଏହି ୧୦ଟି ଜିନିଷ ଖାଇଲେ ଉଚ୍ଚ ରକ୍ତଚାପ ରହିବ ନିୟନ୍ତ୍ରଣରେ l


ସତ୍ୟଶିଖା ୧୦ .୦୯.୨୦୨୦ : ହାଇପରଟେନସନ କିମ୍ବା ଉଚ୍ଚ ରକ୍ତ ଚାପ ହୃଦୟ ସହ ଜଡ଼ିତ ଏକ ଗମ୍ଭୀର ରୋଗ । ରକ୍ତଚାପର ବିପଦ ୨ପ୍ରକାରର ହୋଇଥାଏ । ପ୍ରଥମ ସିଷ୍ଟାଲିକ୍ ବ୍ଲଡ ପ୍ରେସର ଯାହା 130 mm Hg ରୁ ଅଧିକ ହେଲେ ରୋଗୀଙ୍କ ଜୀବନ ଯିବାର ଆଶଙ୍କା ଥାଏ । ଦ୍ଵିତୀୟ,ଡିଷ୍ଟାଲିକ ବ୍ଲଡ ପ୍ରେସର ଯାହା 80 mm Hg ରୁ କମ୍ ହେବା ଚିନ୍ତାଜନକ।
ରକ୍ତ ଚାପକୁ ନିୟନ୍ତ୍ରଣ କରିବା ପାଇଁ ଅଧିକାଂଶ ଲୋକ ଔଷଧର ସାହାଯ୍ୟ ନେଇଥାନ୍ତି । କିନ୍ତୁ ସ୍ୱlସ୍ଥ୍ୟ ବିଶେଷଜ୍ଞ ନିଜେ ପ୍ରାକୃତିକ ଖାଦ୍ୟ ଦ୍ୱାରା ରକ୍ତ ଚାପକୁ ନିୟନ୍ତ୍ରଣ କରିବା ଅଧିକ ଭଲ ବିକଳ୍ପ ମାନିଥାନ୍ତି । ଆସନ୍ତୁ ଜାଣିବା ୧୦ଟି ଜିନିଷ ବିଷୟରେ ଯାହକୁ ଡାୟେଟରେ ସାମିଲ କରିବା ଦ୍ୱାରା ଉଚ୍ଚ ରକ୍ତଚାପର ଆଶଙ୍କା କମ୍ ହୋଇପାରେ ।
୧.ଖଟା ଫଳ : ଲେମ୍ବୁ,କମଳା ଏବଂ ଅଙ୍ଗୁର ଭଳି ଖଟାଫଳରେ ରକ୍ତଚାପକୁ ନିୟନ୍ତ୍ରଣ କରିବାର କ୍ଷମତା ରହିଥାଏ । ବିଭିନ୍ନ ପ୍ରକାରର ଭିଟାମିନ ଏବଂ ମିନେରାଲରେ ଭରପୂର ଏହି ଫଳ ହୃଦରୋଗକୁ କମ୍ କରିଥାଏ । କମଳା ଏବଂ ଅଙ୍ଗୁର ଜୁସ୍ ପିଇବା ଦ୍ୱାରା ରକ୍ତଚାପର ଆଶଙ୍କାକୁ କମ୍ କରାଯାଇପାରିବ ।
୨. ସାଲମନ ମାଛ: ଓମେଗା-୩ ଫ୍ୟାଟି ଏସିଡକୁ ହୃଦୟର ସ୍ୱlସ୍ଥ୍ୟ ପାଇଁ ଭଲ କୁହାଯାଇଥାଏ । ଶରୀରରେ ଏହାର ପୂରଣ ପାଇଁ ସାଲମନ ମାଛ ଉପଯୁକ୍ତ ରହିବ । ଏହି ଚର୍ବି ଶରୀରରେ ଯାଇ କେବଳ ଯେ ରକ୍ତଚାପକୁ ନିୟନ୍ତ୍ରଣ କରିବ ନାହିଁ ବରଂ ରକ୍ତ କୋଶିକା ଏବଂ ଫୁଲା ଉପରେ ମଧ୍ୟ ପ୍ରଭାବ ପକାଇବ ।
୩. କଖାରୁ : ମ୍ୟାଗ୍ନେସିୟମ,ପୋଟାସିୟମ,ଅର୍ଜିନିନ ଏବଂ ଆମିନୋ ଏସିଡରେ ଭରପୂର କଖାରୁ ଆମ ସ୍ୱlସ୍ଥ୍ୟ ପାଇଁ ଲାଭଦାୟକ। କଖାରୁ ମଞ୍ଜିରେ ପ୍ରସ୍ତୁତ ଔଷଧୀୟ ତୈଳ ଉଚ୍ଚ ରକ୍ତଚାପ ରୋଗୀଙ୍କ ପାଇଁ ଉପଯୁକ୍ତ ଜିନିଷ ।
୪.ଡାଲିଜାତୀୟ ଖାଦ୍ୟ : ଡାଲି ଜାତୀୟ ଖାଦ୍ରରେ ଥିବା ପୋଷକ ତତ୍ୱ ଶରୀରରେ ରକ୍ତ ପ୍ରବାହକୁ ଭଲ ଭାବେ ରେଗୁଲେଟ କରିବାରେ ସାହାଯ୍ୟ କରିଥାଏ । ଏଥିରେ ଥିବା ଫାଇବର,ମ୍ୟାଗ୍ନେସିୟମ ଏବଂ ପୋଟାସିୟମ ହୃଦୟର ସ୍ୱlସ୍ଥ୍ୟ ପାଇଁ ଭଲ ହୋଇଥାଏ ।
୫. କୋଳି : କୋଳିରେ ଥିବା ଏନ୍ଥୋସିୟାନିନ ନାମକ ଆଣ୍ଟି ଅକ୍ସିଡାଣ୍ଟ ଚମତ୍କାର ଜିନିଷ । ଏହା ଉଚ୍ଚ ରକ୍ତଚାପ ଭଳି ଗମ୍ଭୀର ରୋଗକୁ ଆମକୁ ସୁରକ୍ଷା ଦେଇଥାଏ । ଏନ୍ଥୋସିୟାନିନରେ ଥିବା ନାଇଟ୍ରିକ ଅକ୍ସାଇଡ ରକ୍ତବାହିକାରେ ସମସ୍ୟା ସୃଷ୍ଟି କରୁଥିବା ଅଣୁର ଉତ୍ପାଦନକୁ କମ୍ କରିଥାଏ । ଯାହା ଦ୍ୱାରା ରକ୍ତଚାପ ସ୍ତର ନିୟନ୍ତ୍ରଣରେ ରହିଥାଏ ।
୬. ଅମରନ୍ଥ: ଅମରନ୍ଥ ସାବୁ ଭଳି ଖାଦ୍ୟ ଖାଇବା ଦ୍ୱାରା ଉଚ୍ଚ ରକ୍ତଚାପକୁ କମ୍ କରାଯାଇପାରିବ ।
୭. ପେସ୍ତା ବାଦାମ : ଫାଇବର,ପ୍ରୋଟିନ,ଭିଟାମିନ୍ ସି,ଜିଙ୍କ,କପର,ପୋଟାସିୟମ,ଆଇରନ,କ୍ୟାଲସିୟମ ଏବଂ ବିଭିନ୍ନ ପ୍ରକାରର ଆବଶ୍ୟକୀୟ ଲବଣରେ ଭରପୂର ପେସ୍ତା ବାଦାମ ସ୍ୱlସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ । ପେସ୍ତା ଉଚ୍ଚ ରକ୍ତଚାପ ଏବଂ ନିମ୍ନ ରକ୍ତଚାପ ଉଭୟକୁ ସହଜରେ ବାଲାନ୍ସ କରିପାରେ ।
୮. ଗାଜର : କିଛି ଲୋକ ନିଜ ସକାଳ ଜଳଖିଆରେ ଗାଜରକୁ ସାମିଲ କରିବାକୁ ଭୁଲନ୍ତି ନାହିଁ । ଗାଜରରେ ବିଭିନ୍ନ ପ୍ରକାରର ଫୈନୋଲିକ୍ କମ୍ପାଉଣ୍ଡ ଯେପରିକି କ୍ଲୋରୋଜେନିକ,ପି-କୁମୈରିକ ଏବଂ କ୍ୟାଫିକ୍ ଏସିଡ ଥାଏ । ଏହା କେବଳ ରକ୍ତବାହିକା ପାଇଁ ଭଲ ହୋଇନଥାଏ ବରଂ ନିମ୍ନ ରକ୍ତଚାପ ସମସ୍ୟା ମଧ୍ୟ ଏହା ଦ୍ୱାରା ଦୂର ହୋଇଥାଏ ।
୯. ବ୍ରୋକୋଲି : ସ୍ୱlସ୍ଥ୍ୟ ବିଶେଷଜ୍ଞ ଲୋକଙ୍କୁ ଡାୟେଟରେ ବ୍ରୋକୋଲି ସାମିଲ କରିବାକୁ ପରାମର୍ଶ ଦେଇଥାନ୍ତି । ବ୍ରୋକୋଲିରେ ଥିବା ଆଣ୍ଟି ଅକ୍ସିଡାଣ୍ଟ ଉଚ୍ଚ ଏବଂ ନିମ୍ନ ରକ୍ତଚାପ ଆଶଙ୍କାକୁ କମ୍ କରିଥାଏ ।
୧୦. ପାଳଙ୍ଗ : ପାଳଙ୍ଗରେ ଥିବା ପୋଟାସିୟମ,କ୍ୟାଲସିୟମ,ମ୍ୟାଗ୍ନେସିୟମ ଏବଂ ନାଇଟ୍ରେଟସ ମଧ୍ୟ ସ୍ୱlସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ସପ୍ତାହରେ ପ୍ରତିଦିନ ପାଳଙ୍ଗ ସୁପ୍ ପିଉଥିବା ବ୍ୟକ୍ତିଙ୍କର ଉଚ୍ଚ ଏବଂ ନିମ୍ନ ରକ୍ତଚାପର ଆଶଙ୍କା କମ୍ ଥାଏ ।