ନ୍ୟୁଜ୍ରାଜ୍ୟ

ପ୍ରତାପ ସାମଲଙ୍କୁ ବାଧ୍ୟତାମୂଳକ ଅବସର

ସତ୍ୟଶିଖା ( ଭୁବନେଶ୍ୱର )୧୮ /୧୧ /୨୦୨୧: ଗତକିଛି ଦିନ ତଳେ ଭିଜିଲାନ୍ସ ଜାଲରେ ଫସିଥିବା କୋଟପତି ସରକାରୀ ବାବୁ ପ୍ରତାପ ସାମଲଙ୍କୁ ରାଜ୍ୟସରକାର ବାଧ୍ୟତାମୂଳକ ଅବସର ଦେଇଛନ୍ତି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରାଜ୍ୟ ପୁଲିସ ହାଉସିଂ ନିଗମର ପୂର୍ବତନ ଡେପୁଟି ମ୍ୟାନେଜର ପ୍ରତାପ ସାମଲଙ୍କୁ ଭିଜିଲାନ୍ସ ଗିରଫ କରିଛି । ବ୍ୟାପକ ଦୁର୍ନିତି ଅଭିଯୋଗରେ ପ୍ରତାପଙ୍କୁ ନିଲମ୍ବିତ କରାଯାଇଛି । ଅପାରଗତା ଓ ଦୁର୍ନିତି ଅଭିଯୋଗରେ ରାଜ୍ୟ ସରକାର ଆଜି ତାଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି ।

ଭିଜିଲାନ୍ସ ରେଡ ବେଳେ ତାଙ୍କ ପାଖରୁ ୧୫ କୋଟିରୁ ଅଧିକ ଟଂକାର ସମ୍ପତି ଜବତ ହୋଇଛି । ଭିଜିଲାନ୍ସ ରେଡ୍ କରିବାକୁ ଯାଇଥିବାବେଳେ ଡରରେ ପ୍ରତାପ ୪୫ମିନିଟ୍ କବାଟ ଖୋଲିନଥିଲେ ଓ ପଡୋଶୀ ଘରର ଛାତକୁ ଟଙ୍କା ପେଟି ଫୋପାଡି ଦେଇଥିଲେ । ପରେ ଭିଜିଲାନ୍ସ ସନ୍ଦେହ କରି ସେହି ଟଙ୍କା ପେଟିକୁ ଜବତ କରିଥିଲା । ସେଥିରେ ୨୦ଲକ୍ଷ ଟଙ୍କା ରହିଥିଲା ବୋଲି ଭିଜିଲାନ୍ସ ପକ୍ଷରୁ ସୂଚନା ମିଳିଥିଲା । ଏହାପରେ ଘରୁ ନଗଦ କ୍ୟାସ ମଧ୍ୟ ଯବତ ହୋଇଥିଲା । ପରେ ବିଭିନ୍ନ ସ୍ଥାନରେ ରହିଥିବା କୋଟିକୋଟି ଟଙ୍କାର ପ୍ଲଟ, ବିଲ୍ଡିଂ ଓ ସୋରୁମ୍ ଆଦିକୁ ମଧ୍ୟ ଠବ କରାଯାଇଥିଲା ।

Show More
Back to top button