ନ୍ୟୁଜ୍

ରାମ ମନ୍ଦିର ରେ ଗୋମାନ୍ସ

ସତ୍ୟଶିଖା (ଭୁବନେଶ୍ୱର) ୧୦,୧୧,୨୦୨୩: ନିଆଳି ସ୍ଥିତ ରାମ ମନ୍ଦିର ପରିସର ରେ କେହି ଦୂର୍ବୁର୍ତ୍ତ ଗୋ ମାଂସ ପକାଇଥିବା ନିଆଳି ଥାନା ରେ ଅଭିଯୋଗ ହୋଇଛି . ଆଜି ଭୋରୁ ପ୍ରାୟ 5.30ରେ ପୂଜକ ପୂଜା କରୁଥିବା ସମୟରେ କେହି ଦୂର୍ବୁର୍ତ୍ତ ମନ୍ଦିର ପରିସରକୁ ଗୋ ମାଂସ ପକାଇଥିବା ଅଭିଯୋଗ କରିଛନ୍ତି .

ବିଶ୍ଵ ହିନ୍ଦୁ ପରିଷଦର ସଭ୍ୟ ଆଲୋକ ନାୟକ ନିଆଳି ଗୋମାଂସ ବେପାର ପେଣ୍ଠସ୍ଥଳ ପାଲଟିଛି ବୋଲି କହିଛନ୍ତି ଏବଂ ପୋଲିସ ତଦନ୍ତ କରି ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି . ସେପଟେ ମୁସଲମାନ ସମ୍ପ୍ରଦାୟର ମୂରବୀ ମାନେ ମଧ୍ୟ ଏଭଳି କାର୍ଯ୍ୟ କରି ନିଆଳିର ଭାଇଚାରାକୁ ନଷ୍ଟ କରୁଥିବାରୁ ନିନ୍ଦା ପ୍ରକଟ କରିଛନ୍ତି .

Show More
Back to top button