ସତ୍ୟଶିଖା ୧୨/୧୨/୨୦୨୦ : ଚର୍ଚ୍ଚାରେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ପୁସ୍ତକ । ଆଗାମି ଜାନୁଆରୀ ମାସରେ ଉନ୍ମୋଚିତ ହେବାକୁ ଥିବା ପ୍ରଣବଙ୍କ ଆତ୍ମଜୀବନୀ କୋଆଲିସନ ଇୟର୍ସର ଚତୁର୍ଥ ପର୍ବରେ ଲେଖି ଯାଇଛନ୍ତି ମନର କିିଛି ଅକୁହା କଥା । ଏଥିରେ ୨୦୧୪ ଲୋକସଭା ନିର୍ବାଚନରେ କଂଗ୍ରେସର ବିପର୍ଯ୍ୟୟ ପାଇଁ ସୋନିଆ ଗାନ୍ଧୀଙ୍କ ଦୁର୍ବଳ ନେତୃତ୍ୱକୁ ଦାୟୀ କରିଛନ୍ତି ପ୍ରଣବ ।
ଏଥିସହ ଲେଖିଛନ୍ତି, ତକ୍ରାଳିନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଯେତେବେଳେ ୟୁପିଏ ମେଂଟକୁ ବଂଚାଇବାରେ ବ୍ୟସ୍ତ ଥିଲେ ସେତେବେଳେ ଦଳର ଅନ୍ୟ ସମସ୍ୟା ପ୍ରତି କେହି ଦୃଷ୍ଟି ଦେଉନଥିଲେ । ସୋନିଆ ଦଳର ସାଂଗଠନିକ ଦୁର୍ବଳତାକୁ ସୁଧାରିବାରେ ସକ୍ଷମ ନହେବାରୁ ଦଳ ବଡ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ପ୍ରଥମ କାର୍ଯ୍ୟକାଳରେ ନିରଙ୍କୁଶ ଭାବେ ଶାସନ ପରିଚାଳନା କରୁଥିଲେ ବୋଲି ସେ ଉଲେଖ କରିଛନ୍ତି । ଦିବଗଂତ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜିଙ୍କ ଏହି ଆତ୍ମଜୀବନୀରେ କଂଗ୍ରେସର ବିଭିନ୍ନ ଦୋଷ ଦୁର୍ବଳତା ସମ୍ପର୍କରେ ଉଲେଖ ଥିବା ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି ।