

ସତ୍ୟଶିଖା (ଭୁବନେଶ୍ୱର) ୨୮.୦୩.୨୦୨୨: ପାରା ବ୍ୟାଡ଼ମିଣ୍ଟନରେ ତିନି ଥର ବିଶ୍ୱ ବିଜେତା, ଅଲମ୍ପିକ ସ୍ୱର୍ଣ୍ଣ ପଦକ ବିଜେତା ପଦ୍ମଶ୍ରୀ ପ୍ରମୋଦ ଭଗତ ଭୁବନେଶ୍ୱର ଜିଲ୍ଲା ବ୍ୟାଡ଼ମିଣ୍ଟନ ସଂଘର ମୁଖ୍ୟ ଉପଦେଷ୍ଟା ହୋଇଛନ୍ତି । ସଂଘର ମୁଖ୍ୟ ଉପଦେଷ୍ଟା ହେବା ପାଇଁ ଜିଲ୍ଲା ବ୍ୟାଡ଼ମିଣ୍ଟନ ସଂଘର ପଦାଧିକାରୀ ଓ କର୍ମକର୍ତ୍ତାମାନେ ଶ୍ରୀ ଭଗତଙ୍କୁ ଅନୁରୋଧ କରିଥିଲେ । ସଂଘର କର୍ମକର୍ତ୍ତାମାନଙ୍କ ଅନୁରୋଧକୁ ରକ୍ଷା କରି ସେ ମୁଖ୍ୟ ଉପଦେଷ୍ଟା ହେବା ପାଇଁ ସମ୍ମତି ପ୍ରକାଶ କରିଛନ୍ତି । ତେଣୁ ସଂଘର ସଭାପତି ଚଣ୍ଡୀ ପ୍ରସାଦ ଦାସ ଓ ସାଧାରଣ ସମ୍ପାଦକ ସନ୍ତୋଷ ଚୌଧୁରୀ ଶ୍ରୀ ଭଗତଙ୍କୁ କୃତଜ୍ଞତା ଜଣାଇଛନ୍ତି ।
ଶ୍ରୀ ଭଗତ ଜଣେ ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ଖେଳାଳୀ । ତାଙ୍କର ମାର୍ଗଦର୍ଶନରେ ସଂଘ ଏବଂ ଖେଳୁଥିବା ଯୁବପୀଢ଼଼ି ଉପକୃତ ହୋଇପାରିବେ ବୋଲି ୫ ଥର ସିନିଅର ରାଜ୍ୟସ୍ତରୀୟ ବ୍ୟାଡ଼ମିଣ୍ଟନ ଚମ୍ପିଆନ ବିଭାଗ ପରିଡ଼ା ମତପ୍ରକାଶ କରିଛନ୍ତି ।