

ସତ୍ୟଶିଖା ( ଭୁବନେଶ୍ୱର ) ୦୪ /୦୯ /୨୦୨୧: ବ୍ୟାଡ୍ମିଣ୍ଟନ୍ ଫାଇନାଲକୁ ପ୍ରବେଶ କରି ପଦକ ପକ୍କା କଲେ ଓଡ଼ିଆ ପୁଅ ପ୍ରମୋଦ ଭଗତ । ଜାପାନର ଫୁଜିହାରାଙ୍କୁ ହରାଇ ସିଙ୍ଗଲସ ଏସଏଲ-୩ ଫାଇନାଲରେ ପ୍ରବେଶ କରିଛନ୍ତି ଭଗତ । ଆଜି ୩ଟା ବେଳେ ଫାଇନାଲ ଖେଳିବେ ପ୍ରମୋଦ ଭଗତ । ସେମିଫାଇନାଲରେ ଜାପାନର ଡାଇସୁକି ଫୁଜିହାରାଙ୍କୁ ୨୧-୧୧, ୨୧-୧୬ସେଟରେ ହରାଇଛନ୍ତି ଭଗତ । ପ୍ରଥମ ଥର ପାଇଁ ପାରା ଅଲିମ୍ପିକ୍ସରେ ଯୋଗଦେଇଥିବା ବେଳେ ଓଡ଼ିଶା ପାଇଁ ପାରା ଅଲିମ୍ପିକ୍ସରେ ପ୍ରଥମ ଖେଳାଳି ଭାବେ ସଫଳତା ଆଣିବେ ପ୍ରମୋଦ ଭଗତ । ୧୯୬୮ରୁ ଭାରତ ପାରା ଅଲିମ୍ପିକ୍ସରେ ପ୍ରତିନିଧିତ୍ୱ କରୁଥିବା ବେଳେ ପ୍ରଥମ ମାର୍କଣ୍ଡ ରେଡ୍ଡି ପାରା ଅଲିମ୍ପିକ୍ସ ଖେଳିଥିଲେ । ଦ୍ୱିତୀୟ ହେଉଛନ୍ତି ପ୍ରମୋଦ ଭଗତ ।