ଖେଳରାଜ୍ୟ

ଓଡ଼ିଶାରେ ପହଞ୍ଚିଲେ ପ୍ରମୋଦ ଭଗତ

ସତ୍ୟଶିଖା(ଭୁବନେଶ୍ୱର )୧୦ .୦୯ .୨୦୨୧: ଟୋକିଓ ପାରାଅଲିମ୍ପିକ୍ସରେ ସ୍ୱର୍ଣ୍ଣ ଜିତି ଓଡ଼ିଶା ଫେରିଛନ୍ତି ସୁନା ପୁଅ ପ୍ରମୋଦ ଭଗତ ।  ପାରା ଅଲିମ୍ପିଆନ ପ୍ରମୋଦ ଭଗତ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଛନ୍ତି ।  ବିମାନବନନ୍ଦରରେ ତାଙ୍କୁ ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ସମେତ କ୍ରୀଡ଼ାବିତ ଓ ଜନସାଧାରଣ ତାଙ୍କୁ ସ୍ୱାଗତ କରିଛନ୍ତି । ପରେ ତାଙ୍କୁ ଏକ ଖୋଲାଗାଡ଼ିରେ ଏକ ଶୋଭାଯାତ୍ରା ମାଧ୍ୟମରେ କଳିଙ୍ଗ ଷ୍ଟାଡିୟମକୁ ନିଆଯିବ । ସେଠାରେ  ମୁଖ୍ୟମନ୍ତ୍ରୀଙ୍କ ପୂର୍ବ ଘୋଷଣା ଅନୁଯାୟୀ ତାଙ୍କୁ ସମ୍ବର୍ଦ୍ଧିତ କରାଯିବାର କାର୍ଯ୍ୟକ୍ରମ ରହିଛି ।

ପ୍ରକାଶ ଯେ,ଟୋକିଓ ପାରାଅଲିମ୍ପିକ୍ସରେ ସ୍ୱର୍ଣ୍ଣ ଜିତିଥିବା ପ୍ରମୋଦ ଭଗତଙ୍କ ପାଇଁ ୬ କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

Show More
Back to top button