ନ୍ୟୁଜ୍ମନୋରଞ୍ଜନସିନେମା

‘ବିଗ୍ ବସ୍-୧୬’ରେ ନଜର ଆସିବେ ପ୍ରକୃତି!

ସତ୍ୟଶିଖା ମୁମ୍ବାଇ  )୨୦.୦୯ . ୨୦୨୨: ସଲମାନ ଖାନ ଖୁବଶୀଘ୍ର ‘ବିଗ୍ ବସ୍-୧୬’ ସହ ଟିଭି ପରଦାକୁ ଫେରୁଛନ୍ତି। ଏଥର ଶୋ’ରେ ବହୁତ କିଛି ଅଲଗା ଦେଖିବାକୁ ମିଳିବ ଏବଂ ଏହି କାରଣରୁ ଦର୍ଶକଙ୍କ ଉତ୍ସାହ ମଧ୍ୟ ଦୁଇଗୁଣିତ ହୋଇଛି। ଶୋ’ରେ ଭାଗ ନେବାକୁ ଥିବା ପ୍ରତିଯୋଗୀମାନଙ୍କ ବିଷୟରେ ପ୍ରତିଦିନ ନୂଆ ଅପଡେଟ୍‌ ଆସୁଛି। ତେବେ ଓଡ଼ିଆ ଅଭିନେତ୍ରୀ ପ୍ରକୃତି ମିଶ୍ର ‘ବିଗ୍ ବସ୍-୧୬’ରେ ନଜର ଆସିବା ନେଇ ଖବର ସାମ୍ନାକୁ ଆସିଛି। ତାଙ୍କ ସହ ‘ସାଥ୍‌ ନିଭାନା ସାଥିୟା’ର ଗୋପୀ ବୋହୂ ଅର୍ଥାତ୍‌ ଜିୟା ମାନେକ ଓ ବିଗ୍‌ ବସ୍‌ ଓଟିଟିରେ ଭାଗ ନେଇଥିବା ରିଦ୍ଧିମା ପଣ୍ଡିତଙ୍କୁ ମଧ୍ୟ ‘ବିଗ୍ ବସ୍-୧୬’ରେ ଦେଖିବାକୁ ମିଳିବ ବୋଲି ସୂଚନା ମିଳିଛି। ତେବେ ବର୍ତ୍ତମାନ ସୁଦ୍ଧା ଏନେଇ ଆନୁଷ୍ଠାନିକ ଭାବେ ଘୋଷଣା ହୋଇନାହିଁ।

Show More
Back to top button