

ସତ୍ୟଶିଖା( ଭୁବନେଶ୍ୱର )୨୫.୦୭ . ୨୦୨୨: ଅଭିନେତା ବାବୁସାନ୍ ମହାନ୍ତି ଓ ପ୍ରକୃତି ମିଶ୍ରଙ୍କ ସମ୍ପର୍କକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହାରି ଭିତରେ ବାବୁସାନଙ୍କ ସ୍ତ୍ରୀ ତୃପ୍ତି ମହାନ୍ତି ପ୍ରକୃତି ମିଶ୍ରଙ୍କ ପ୍ରେମ ସମ୍ପର୍କକୁ ନେଇ ମଧ୍ୟ ପ୍ରତିକ୍ରିୟା ଦେଇଛନ୍ତି ।
ତାଙ୍କ ପ୍ରେମିକ ରତୁଲ୍ ମନେକଙ୍କୁ ନେଇ କହିଛନ୍ତି ଯେ ଏହି କାରଣ ପାଇଁ ସେମାନଙ୍କ ଭିତରେ ମଧ୍ୟ ବର୍ତ୍ତମାନ ବିଚ୍ଛେଦ ହୋଇଯାଇଛି । ବାବୁସାନ ଓ ପ୍ରକୃତିଙ୍କ ସର୍ମ୍ପକକୁ ନେଇ ରତୁଲ ଖୁସି ନଥଲେ ଏପରକିି ତାଙ୍କ ଭିତରେ ବାରମ୍ବାର ଝଗଡ଼ା ହେବା କଥା ମଧ୍ୟ କହିଛନ୍ତି । ପୁର୍ବରୁ ମଧ୍ୟ ପ୍ରକୃତି ମିଶ୍ର ରତୁଲଙ୍କ ସହ ଅନେକ ଫଟୋ ସୋସିଆଲ ମିଡ଼ିଆରେ ସେୟାର କରିଥିଲେ କିନ୍ତୁ ବର୍ତ୍ତମାନ ସେ ସବୁକୁ ଡ଼ିଲିଟ୍ କରିଥିବା ଜଣାପଡ଼ିଛି । ଅନ୍ୟ ସୋସିଆଲ ମିଡ଼ିଆରେ ପ୍ରକୃତି ନାରୀଶକ୍ତି ଉପରେ ଅନେକ କିଛି ଲେଖି ‘ମୁଁ ଭାଙ୍ଗିନି’ ବୋଲି ଲେଖିଛନ୍ତି ଯେଉଁଥିରେ ଅନେକ କମେଣ୍ଟ ଦେଇଛନ୍ତି ୟୁଜର୍ସ ।