ଟିଭିମନୋରଞ୍ଜନ

ବିବାହ ବନ୍ଧନରେ ବାନ୍ଧି ହେଲେ ଜଣାଶୁଣା ହାସ୍ୟ ଅଭିନେତା ପ୍ରଜ୍ଞ୍ୟା ରଂଜନ ଖଟୁଆ

ସତ୍ୟଶିଖା (ଭୁବନେଶ୍ୱର)୨୬.୦୧.୨୦୨୨: ଓଡ଼ିଆ ମନୋରଞ୍ଜନ ଦୁନିଆର ଜଣାଶୁଣା ହାସ୍ୟ ଅଭିନେତା ପ୍ରଜ୍ଞ୍ୟା ରଂଜନ ଖଟୁଆ ଆଜି ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ପ୍ରଜ୍ଞ୍ୟା ତାଙ୍କ ଦିର୍ଘଦିନର ପ୍ରେମିକା ସୁନନ୍ଦା ଖଟୁଆଙ୍କୁ ବିବାହ କରିଥିଲେ। ସେମାନେ କଟକ ଜିଲ୍ଲାର ନିଶ୍ଚିନ୍ତକୋଇଲି ନିକଟ ସାହାନିଆଜପୁରର ପ୍ରଜ୍ଞ୍ୟାଙ୍କ ବାସଭବନରେ ବିବାହ କରିଥିଲେ।

ପ୍ରଜ୍ଞ୍ୟା ଏବଂ ସୁନନ୍ଦାଙ୍କ ବିବାହରେ କେବଳ କିଛି ଘନିଷ୍ଠ ବନ୍ଧୁ ଏବଂ ପରିବାର ସଦସ୍ୟ ଯୋଗ ଦେଇଥିଲେ। କରୋନା ମହାମାରୀ ହେତୁ ସେମାନେ ନିଡାମ୍ବରରେ ବିବାହ ପାଇଁ ନିଷ୍ପତ୍ତି ନେଇଥିବାର ଜଣାଯାଇଛି । ଜାନୁଆରୀ ୧୬ ରେ ନିଜ ପରିବାରଙ୍କ ଉପସ୍ଥିତିରେ ପ୍ରଜ୍ଞ୍ୟା ଏବଂ ସୁନନ୍ଦାଙ୍କ ନିର୍ବନ୍ଧ ହୋଇଥିବା ଜଣାଯାଇଛି। ଦୁହେଁ ଦୀର୍ଘ ସମୟ ଧରି ଅନେକ ଓଡିଆ କମେଡି ଶୋ ଏବଂ ଚଳଚ୍ଚିତ୍ରରେ ଏକାଠି କାମ କରିଛନ୍ତି।

Show More
Back to top button