ସତ୍ୟଶିଖା ୦୨/୦୨/୨୦୨୧ : ଗ୍ରାମାଞ୍ଚଳରେ ସମ୍ପତ୍ତି ମାଲିକାନା ସମ୍ପର୍କିତ ସ୍କିମ୍ ସ୍ବାମିତ୍ବକୁ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ କାର୍ଯ୍ୟକାରୀ କରାଯିବ । ୨୦୨୧-୨୨ରେ କୃଷି ଋଣ ବାବଦରେ ୧୬.୫ ଲକ୍ଷ କୋଟି ଟଙ୍କା ପ୍ରଦାନ କରିବାକୁ ଲକ୍ଷ୍ୟ ରଖାଯାଇଛି । ପଶୁପାଳନ, ଦୁଗ୍ଧ ଓ ମତ୍ସ୍ୟଚାଷ କ୍ଷେତ୍ରକୁ ଅଧିକ ଋଣ ଦିଆଯିବ । ଗ୍ରାମୀଣ ଭିତ୍ତିଭୂମି ବିକାଶ ପାଣ୍ଠି (ଆର୍ଆଇଡିଏଫ୍) ପାଇଁ ୩୩% ଅଧିକ ଟଙ୍କା ଅର୍ଥାତ ୪୦,୦୦୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ଲଘୁ ଜଳସେଚନ ପାଣ୍ଠିକୁ ଦ୍ବିଗୁଣିତ କରାଯାଇଛି । ନାବାର୍ଡ ଅଧୀନରେ ୫୦୦୦ କୋଟି ଟଙ୍କାର ଏକ ପାଣ୍ଠି ଗଠନ କରାଯିବ ।
ପାରାଦୀପରେ ହେବ ମାଛଧରା ପୋତାଶ୍ରୟ,ଦୁଇ ଗୁଣା ପାଣ୍ଠି ଆଦାୟ ହେବ
