ନ୍ୟୁଜ୍ବାଣିଜ୍ୟ

ପାରାଦୀପରେ ହେବ ମାଛଧରା ପୋତାଶ୍ରୟ,ଦୁଇ ଗୁଣା ପାଣ୍ଠି ଆଦାୟ ହେବ

ସତ୍ୟଶିଖା ୦୨/୦୨/୨୦୨୧ : ଗ୍ରାମାଞ୍ଚଳରେ ସମ୍ପତ୍ତି ମାଲିକାନା ସମ୍ପର୍କିତ ସ୍କିମ୍ ସ୍ବାମିତ୍ବକୁ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ କାର୍ଯ୍ୟକାରୀ କରାଯିବ । ୨୦୨୧-୨୨ରେ କୃଷି ଋଣ ବାବଦରେ ୧୬.୫ ଲକ୍ଷ କୋଟି ଟଙ୍କା ପ୍ରଦାନ କରିବାକୁ ଲକ୍ଷ୍ୟ ରଖାଯାଇଛି । ପଶୁପାଳନ, ଦୁଗ୍ଧ ଓ ମତ୍ସ୍ୟଚାଷ କ୍ଷେତ୍ରକୁ ଅଧିକ ଋଣ ଦିଆଯିବ । ଗ୍ରାମୀଣ ଭିତ୍ତିଭୂମି ବିକାଶ ପାଣ୍ଠି (ଆର୍‌ଆଇଡିଏଫ୍‌) ପାଇଁ ୩୩% ଅଧିକ ଟଙ୍କା ଅର୍ଥାତ ୪୦,୦୦୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ଲଘୁ ଜଳସେଚନ ପାଣ୍ଠିକୁ ଦ୍ବିଗୁଣିତ କରାଯାଇଛି । ନାବାର୍ଡ ଅଧୀନରେ ୫୦୦୦ କୋଟି ଟଙ୍କାର ଏକ ପାଣ୍ଠି ଗଠନ କରାଯିବ ।ପରର୍ବତୀ ସମୟରେ ଏଥିପାଇଁ ଆଉ ୫୦୦୦ କୋଟି ଟଙ୍କା ଦିଆଯିବ । ଟପସ୍ ସ୍କିମ୍‌ରେ ଆଉ ୨୨ ପ୍ରକାର ନଷ୍ଟ ହୋଇଯାଉଥିବା ସାମଗ୍ରୀ ଅନ୍ତର୍ଭୁକ୍ତ କରାଯିବ। ଇ-ନାମ୍ ସହିତ ଆଉ ୧୦୦୦ଟି ମଣ୍ଡିକୁ ଯୋଡ଼ାଯିବ । ଏପିଏମ୍‌ସିଗୁଡ଼ିକ କୃଷି ଭିତ୍ତିଭୂମି ପାଣ୍ଠିରୁ ଟଙ୍କା ଆଣି ନିଜର ଭିତ୍ତିଭୁମି ଦୃଢ଼ କରିପାରିବେ । କୋଚି, ଚେନ୍ନାଇ, ବିଶାଖାପାଟଣା‌, ପାରାଦୀପ ଓ ପେଟୁଆଘାଟରେ ପାଞ୍ଚଟି ପ୍ରମୁଖ ଫିସିଂ ହାର୍ବର (ମାଛଧରା ପୋତାଶ୍ରୟ) ବିକଶିତ କରାଯିବ । ଏହା ବ୍ୟତୀତ ନଦୀ ଓ ଜଳପଥ କୂଳରେ ମଧ୍ୟ ଇନ୍‌ଲ୍ୟାଣ୍ଡ୍‌ ଫିସିଂ ହାର୍ବର ଓ ଫିସ୍‌-ଲ୍ୟାଣ୍ଡିଂ ସେଣ୍ଟର୍‌ ସ୍ଥାପନ କରିବାର ପ୍ରସ୍ତାବ ରହିଛି । ତାମିଲନାଡୁରେ ଏକ ମଲ୍‌ଟି-ପରପସ୍ ସିୱିଡ୍ ପାର୍କ ସ୍ଥାପନ କରାଯିବ ।

Show More
Back to top button