ନ୍ୟୁଜ୍ରାଜନୀତିରାଜ୍ୟ

ଆଜି ଶଙ୍ଖ ଧରିବେ ପ୍ରଦୀପ

ସତ୍ୟଶିଖା(ଭୁବନେଶ୍ୱର )୦୬.୧୧ .୨୦୨୧: ଆଜି ବିଜେଡିରେ ଯୋଗ ଦେବେ ବିଶିଷ୍ଟ ଆଦିବାସୀ ନେତା ତଥା ପୂର୍ବତନ ନବରଙ୍ଗପୁର ସାଂସଦ ପ୍ରଦୀପ ମାଝୀ ।  ନବରଙ୍ଗପୁରରେ ଆୟୋଜିତ ହେବାକୁ ଥିବା ଏକ ସ୍ବତନ୍ତ୍ର ଉତ୍ସବରେ ବିଧିବଦ୍ଧ ଭାବେ ଶଙ୍ଖ ଫୁଙ୍କିବେ ପ୍ରଦୀପ ଓ ତାଙ୍କ ସମର୍ଥକ ପ୍ରଶଂସକ । ଆଜି  ଏକ ବିରାଟ ବାଇକ ରାଲି କରି ସହର ପରିକ୍ରମା କରାଯିବ । ଏହାପରେ ଆୟୋଜିତ ସଭାସ୍ଥଳରେ ଆସି ପହଞ୍ଚିବେ ପ୍ରଦୀପ ଓ ତାଙ୍କ ସମର୍ଥକ ।ଏହି ବାଇକ ରାଲିରେ ୧୦ ହଜାର ଲୋକ ସାମିଲ ହେବାକୁ ଥିବାବେଳେ ନବରଙ୍ଗପୁର ଲୋକସଭା କ୍ଷେତ୍ରର ସମସ୍ତ କଂଗ୍ରେସ ବିଧାୟକ ପ୍ରାର୍ଥୀ, ବ୍ଲକ ସଭାପତି, ବ୍ଲକ ଅଧ୍ୟକ୍ଷ, ନେତା କର୍ମୀ ସାମିଲ ହେବେ । ପରେ ବାଇକ ରାଲି ଆୟୋଜିତ ସଭାସ୍ଥଳରେ ପହଞ୍ଚିବ । ସେଠାରେ ସମସ୍ତଙ୍କୁ ବିଜେଡିରେ ସ୍ବାଗତ କରିବେ ଶାସକ ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓ ଅନ୍ୟ ବରିଷ୍ଠ ମନ୍ତ୍ରୀ ମାନେ ।ଏହି ମେଗା ମିଶ୍ରଣ ପର୍ବରେ ବିଜେଡିର ଏକାଧିକ ମନ୍ତ୍ରୀ, ସାଂସଦ, ବିଧାୟକ ବରିଷ୍ଠ ନେତା ସାମିଲ ହେବେ । ଏହାସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ବତନ୍ତ୍ର ଭାବେ ଭର୍ଚୁଆଲ ଯୋଗେ ସାମିଲ ହେବେ ।

Show More
Back to top button