ସତ୍ୟଶିଖା (ମୁମ୍ବାଇ) ୧୩/୧୧/୨୦୨୦ : ନିର୍ଦେଶକ,ଅଭିନେତା ଏବଂ କୋରିଓଗ୍ରାଫର ପ୍ରଭୁ ଦେବା ଏବେ ଚର୍ଚ୍ଚାରେ ଅଛନ୍ତି।ତାହା ମଧ୍ୟ ରିଲେସନଶିପକୁ ନେଇ । ଚର୍ଚ୍ଚା ହେଉଛି ପ୍ରଭୁ ଦେବାଙ୍କୁ ପୁଣି ଥରେ ପ୍ରେମ ହୋଇଯାଇଛି । ସେ ଖୁବ୍ ଶୀଘ୍ର ଦ୍ବିତୀୟ ବିବାହ କରିବାକୁ ଯାଉଛନ୍ତି । ଜଣେ ଗୃପ୍ ଡ୍ୟାନ୍ସର ଭାବେ ନିଜ କ୍ୟାରିୟର ଆରମ୍ଭ କରିଥିବା ପ୍ରଭୁ ଦେବା ଆଜି କେବଳ ଯେ ଦକ୍ଷିଣ ଭାରତୀୟ ଫିଲ୍ମ,ବରଂ ବଲିଉଡର ଟପ୍ କୋରିଓଗ୍ରାଫର ଏବଂ ନିର୍ଦେଶକ ମଧ୍ୟରୁ ଜଣେ । ପ୍ରଭୁ ଦେବା ୨୦୧୧ମସିହାରେ ସେ ଅଫିସିଆଲି ସ୍ତ୍ରୀ ରାମଲତାଙ୍କଠୁ ଅଲଗା ହୋଇଯାଇଥିଲେ ।
ପ୍ରଭୁ ଦେବା ଦ୍ଵିତୀୟ ଥର ବିବାହ କରିବେ ?
