
ସତ୍ୟଶିଖା (ମୁମ୍ବାଇ) ୧୩/୧୧/୨୦୨୦ : ନିର୍ଦେଶକ,ଅଭିନେତା ଏବଂ କୋରିଓଗ୍ରାଫର ପ୍ରଭୁ ଦେବା ଏବେ ଚର୍ଚ୍ଚାରେ ଅଛନ୍ତି।ତାହା ମଧ୍ୟ ରିଲେସନଶିପକୁ ନେଇ । ଚର୍ଚ୍ଚା ହେଉଛି ପ୍ରଭୁ ଦେବାଙ୍କୁ ପୁଣି ଥରେ ପ୍ରେମ ହୋଇଯାଇଛି । ସେ ଖୁବ୍ ଶୀଘ୍ର ଦ୍ବିତୀୟ ବିବାହ କରିବାକୁ ଯାଉଛନ୍ତି । ଜଣେ ଗୃପ୍ ଡ୍ୟାନ୍ସର ଭାବେ ନିଜ କ୍ୟାରିୟର ଆରମ୍ଭ କରିଥିବା ପ୍ରଭୁ ଦେବା ଆଜି କେବଳ ଯେ ଦକ୍ଷିଣ ଭାରତୀୟ ଫିଲ୍ମ,ବରଂ ବଲିଉଡର ଟପ୍ କୋରିଓଗ୍ରାଫର ଏବଂ ନିର୍ଦେଶକ ମଧ୍ୟରୁ ଜଣେ । ପ୍ରଭୁ ଦେବା ୨୦୧୧ମସିହାରେ ସେ ଅଫିସିଆଲି ସ୍ତ୍ରୀ ରାମଲତାଙ୍କଠୁ ଅଲଗା ହୋଇଯାଇଥିଲେ ।ଏବେ କୁହାଯାଉଛି ଯେ ପ୍ରଭୁ ଦେବା ପୁଣି ଥରେ ରିଲେସନଶିପରେ ଅଛନ୍ତି । ପ୍ରଭୁ ଦେବା ଏବେ ନିଜ ଭାଣିଜୀଙ୍କୁ ଡେଟ୍ କରୁଛନ୍ତି ଏବଂ ଖୁବ୍ ଶୀଘ୍ର ବିବାହ କରିବାକୁ ଯୋଜନା କରୁଛନ୍ତି । ପ୍ରଭୁ ଦେବା ଏବେ ସୁଦ୍ଧା ନିଜ ରିଲେସନଶିପକୁ ଅଫିସିଆଲି କରି ନାହାନ୍ତି।ତାଙ୍କ ଟିମ୍ ତରଫରୁ ମଧ୍ୟ ଏବେ ଯାଏଁ କୌଣସି ପ୍ରତିକ୍ରିୟା ମିଳିନାହିଁ ।
ପ୍ରଭୁ ଦେବା କୌଣସି ବିବାଦ ଯୋଗୁଁ ନିଜ ପତ୍ନୀଙ୍କଠୁ ଦୂରେଇ ଯାଇଥିଲେ । ତାଙ୍କ ନାଁ ଦକ୍ଷିଣ ଭାରତୀୟ ଫିଲ୍ମର ସଫଳ ଅଭିନେତ୍ରୀ ନୟନତାରାଙ୍କ ସହ ମଧ୍ୟ ଯୋଡ଼ା ଯାଇଥିଲା । ଯେତେବେଳେ ପ୍ରଭୁ ନୟନତାରାଙ୍କୁ ଡେଟ୍ କରୁଥିଲେ ସେତେବେଳେ ସେ ରାମଲତାଙ୍କୁ ବିବାହ କରିଥିଲେ ଏବଂ ଉଭୟଙ୍କ ୩ପୁଅ ମଧ୍ୟ ଥିଲେ । କିନ୍ତୁ ତଥାପି ସେ ନୟନତାରାଙ୍କୁ ଭଲ ପାଇ ବସିଥିଲେ । କିନ୍ତୁ ଉଭୟଙ୍କ ସମ୍ପର୍କ ବେଶୀ ଦିନ ତିଷ୍ଠି ପାରିନଥିଲା ଏବଂ ଦୁହେଁ ଅଲଗା ହୋଇଯାଇଥିଲେ ।