ସତ୍ୟଶିକ୍ଷା (ଭୁବନେଶ୍ୱର) ୨୩.୦୯.୨୦୨୦ : ଖାଉଟି ବଜାରରେ ମହଙ୍ଗା ମାଡ। ହୁ ହୁ ହୋଇ ବଢୁଛି ପରିବା ଦର । ବନ୍ୟା, ଲଗାଣ ବର୍ଷା ପରେ ପରିବା ଦର ଆକାଶ ଛୁଆଁ । ପରିବା ଦର ଆକାଶ ଛୁଆଁକୁ ନେଇ ଖାଉଟି ଚିନ୍ତାରେ ଥିବା ବେଳେ ଅତ୍ୟାବଶ୍ୟକ ସାମ୍ରଗୀ ତାଲିକାରୁ କଟିଲା ଆଳୁ ପିଆଜ ଓ ଡାଲି । ଖୁଚୁରା ବଜାରରେ ଆଳୁ ଦର ୩୫ ଟଙ୍କାରେ ପହଁଞ୍ଚିବାଥିବା ବେଳେ ବେଳେ ପିଆଜ ଦର ୪୫ରୁ ୫୦ ଟଙ୍କାରେ ପହଁଞ୍ଚିଛି । ଅତ୍ୟାବଶ୍ୟକ ସାମ୍ରଗୀ ତାଲିକାରୁ ଆଳୁ , ପିଆଜ ଓ ଡାଲି ହଟିବା ନେଇ ରାଜ୍ୟସଭାରେ ଏସେନସିଆଲ କମୋଡିଟିଜ ଆକ୍ଟ ପାସ ହେବା ପରେ ବଜାରର ସ୍ଥିତ ପରିଖି ଥିଲା ନ୍ୟୁଜ ସତ୍ୟଶିକ୍ଷା l
ସେପଟେ ଯେଉଁ ପରିବାରେ ହାତେ ମାରିବେ ଦର ୫୦ ଉପରେ । ଭୁବନେଶ୍ୱର ଏକ ନମ୍ବର ମାର୍କେଟ ସମେତ ରାଜଧାନୀର ବିଭିନ୍ନ ସାପ୍ତାହିକ ହାଟ ବଜାରରେ ପରିବା ବଢିଚାଲିଛି । ଧଳା ଗୋଲ ବାଇଗଣ ୭୦, ଲାଲ ବାଇଗଣ ୫୦ ଟଙ୍କା ଥିବା ବେଳେ ବିନ୍ସ କେଜି ୧୦୦ଟଙ୍କାରେ ପହଁଞ୍ଚିଛି । କିଛି ଦିନ ତଳେ ୨୫ରୁ ୪୦ ଟଙ୍କରେ ବିକ୍ରି ହେଉଥିବା ଭେଣ୍ଡି ଦର ପହଂଚିଛି ୬୦ରୁ ୭୦ ଟଙ୍କାରେ । ବଡ ଫୁଲକୋବି ଗୋଟା ୪୦ରୁ ୫୦ ଟଙ୍କା ଥିବା ବେଳେ କଖାରୁ କିଲୋ ୩୦ ଟଙ୍କାରେ ପହଂଚିଛି । ଟମାଟୋ ୪୦ରୁ ୬୦, ବନ୍ଦାକୋବି କିଲୋ ୪୦, କଲରା କିଲୋ୪୦ରୁ ୫୦, ପୋଟଳ ୭୦ ଟଙ୍କାରୁ କମିବାର ଧରୁନି ।