ଆଳୁ ପୁରୀ

ସତ୍ୟଶିଖା (ଭୁବନେଶ୍ୱର )୦୧.୧୧`.୨୦୨୩ : ଆବଶ୍ୟକ ସାମଗ୍ରୀ-

ସିଝା ଆଳୁ, ମଇଦା, ସୁଜି, ତେଲ, ଲୁଣ, କଂଚା ଲଙ୍କା ପେଷ୍ଟ, ଧନିଆ ପତ୍ର, ଜୁଆଣୀ ।

ପ୍ରସ୍ତୁତି ପ୍ରଣାଳୀ-

ପ୍ରଥମେ ଆଳୁକୁ ସିଝାଇ ଚୋପା ଛଡେଇ ଚକଟି ଏକ ପାତ୍ରରେ ରଖିବେ । ଏହାପରେ ସେଥିରେ ମଇଦା, ସୁଜି, ଜୁଆଣୀ, ଲୁଣ , କଟା ଧନିଆ ପତ୍ର ଏବଂ କଂଚା ଲଙ୍କା ପେଷ୍ଟ ପକାଇ  ଭଲଭାବେ ଚକଟିବେ ।  ନିଆତି ଆବଶ୍ୟକ ନପଡିଲେ ଏଥିରେ ପାଣି ମିଶାଇବେ ନାହିଁ । ନଚେତ୍ ଚକଟା ଅଧିକ ପତଳା ହୋଇଯିବ । ଏହାକୁ ଭଲଭାବେ ଚକଟି ସାରିବା ପରେ , ସେଥିରେ ଅଳ୍ପ ତେଲ ପକାଇ ପୁଣି ମିକ୍ସ କରିବେ । ଏହାପରେ ଏକ କପଡା ଘୋଡାଇ ଏହି ଚକଟାକୁ ୧୦ ରୁ ୧୫ ମିନିଟ ଯାଏଁ ରଖିବେ । ଏହାପରେ ଏହି  ଚକଟାକୁ ନେଇ  ଛୋଟଛୋଟ ଗୋଳାକରି , ବେଲଣାପଟାରେ ତେଲ ଦେଇ ଛୋଟଛୋଟ ବେଲିବେ । ଏହାପରେ ଗ୍ୟାସ୍‌ରେ କଡେଇ ବସେଇ ତେଲ ପକାଇବେ । ତେଲ ଗରମ ହେବା ପରେ ସେଥିରେ ଏହାକୁ ପକାଇ ଛାଣିବେ । ଦେଖିବେ ଉଭୟ ପାଖ ହାଲ୍‌କା ଗୋଲ୍ଡେନ୍ କଲର ହୋଇଗଲେ ଏକ ପ୍ଲେଟକୁ କାଢି ରଖିବେ । ପ୍ରସ୍ତୁତ ହୋଇଗଲା ଆଳୁ ପୁରୀ । ଏବେ ଗରମାଗରମ  ଏହାକୁ ଯେ କୌଣସି ତରକାରୀ ଲଗାଇ ଖାଇ ପାରିବେ ।

Exit mobile version