

ସତ୍ୟଶିଖା (ନୂଆଦିଲ୍ଲୀ) ୦୪/୦୧/୨୦୨୧ : ବ୍ୟାଙ୍କ ଚେକ୍ ପାଇଁ ରିଜର୍ଭ ବ୍ୟାଙ୍କ ପକ୍ଷରୁ ‘ପଜିଟିଭ ପେ’ ସିଷ୍ଟମ’ ଚଳିତ ନୂଆବର୍ଷରୁ କାର୍ଯ୍ୟକାରୀ କରାଯାଇଛି । ଗତବର୍ଷ ସେପ୍ଟେମ୍ବରରେ ଏ ସଂପର୍କରେ ଘୋଷଣା କରାଯାଇଥିଲା । ଚେକ୍ରେ ହେଉଥିବା ଜାଲିଆତିକୁ ରୋକିବା ବା ଅନ୍ୟ ଅର୍ଥରେ ସୁରକ୍ଷାକୁ ବଢ଼ାଇବା ପାଇଁ ଏହି ନୂଆ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଛି ।
ସୀମା ଶୁଳ୍କ ହ୍ରାସ କରିବାକୁ ଇସ୍ପାତ ଶିଳ୍ପର ଦାବି
ଇସ୍ପାତ ତିଆରିରେ ବ୍ୟବହାର ହେଉଥିବା ପ୍ରମୁଖ କଞ୍ଚାମାଲ ଯଥା ଆନ୍ଥ୍ରାସାଇଟ୍ କୋଇଲା, ମେଟାଲର୍ଜିକାଲ୍ କୋଲ୍, ଜାଳେଣି କୋଇଲା ଓ ଗ୍ରାଫାଇଟ୍ ଇଲେକ୍ଟ୍ରୋଡ୍ ଆଦି ଉପରୁ ସୀମା ଶୁଳ୍କ ହ୍ରାସ କରିବା ଲାଗି ଶିଳ୍ପ ସଂଘ ସିଆଇଆଇ ସରକାରଙ୍କ ନିକଟରେ ଦାବି କରିଛି ।