ରାଜ୍ୟସ୍ୱାସ୍ଥ୍ୟ

ଭୁବନେଶ୍ୱର ଷ୍ଟେସନରୁ ପୁଣି ବାହାରିଲେ ପଜିଟିଭ୍, ବନ୍ଦ ହେଲା ଲିଫ୍ଟ

ସତ୍ୟଶିଖା(ଭୁବନେଶ୍ୱର) ୦୭.୦୪.୨୦୨୧: ଭୁବନେଶ୍ୱରରେ ଉଗ୍ର ରୂପ ନେଉଛି ମହାମାରୀ । ଧୀରେ ଧୀରେ ରାଜଧାନୀରେ ଭାଇରସ କଡ ଲେଉଟାଇବା ଆରମ୍ଭ କରିଦେଲୱାଣି । ତେବେ ଏଠାରେ ଚିନ୍ତା ବଢାଇଦେଇଛି ବାହାର ରାଜ୍ୟ ଫେରନ୍ତାଙ୍କ କେସ୍ । ଆଜି ରେଲୱେ ଷ୍ଟେସନରୁ ପୁଣି ୫ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୪ ଯାତ୍ରୀ ଓ ଜଣେ ଷ୍ଟେସନର ପାର୍ସଲ ବିଭାଗ କର୍ମଚାରୀ ଥିବା ସୂଚନା ରହିଛି ।

୪ ଯାତ୍ରୀଙ୍କ ମଧ୍ୟରୁ ୩ ଜଣ ବେଙ୍ଗାଲୁରୁ ଫେରନ୍ତା ହୋଇଥିବା ବେଳେ ଅନ୍ୟଜଣେ ଦିଲ୍ଲୀ ଫେରନ୍ତା ବୋଲି ସୂଚନା ମିଳିଛି । ଗତ ୩ ଦିନ ମଧ୍ୟରେ ଭୁବନେଶ୍ୱର ରେଳଷ୍ଟେସନରୁ ଚିହ୍ନଟ ହେଲେଣି ମୋଟ ୯ଜଣ ସଂକ୍ରମିତ । ଏବେ ପଜିଟିଭ ବାହାରିବା ପରେ ଷ୍ଟେସନରେ ସାନିଟାଇଜକୁ ଗୁରୁତ୍ୱ ଦିଆଯାଇଛି । ପ୍ଲାଟଫର୍ମରେ ଯାତ୍ରୀଙ୍କ ପାଇଁ ଥିବା ଚୌକିରେ ସାମାଜିକ ଦୂରତା ରକ୍ଷା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ସହ ଲିଫ୍ଟ ବନ୍ଦ ରଖିବାକୁ ଯୋଜନା କରିଛି ରେଳବିଭାଗ । ସେହିଭଳି ଯାତ୍ରୀଙ୍କ ୱେଟିଂ ହଲରୁ ସୋଫା ଓ ଚେୟାର ବାହାର କରିବ ବିଭାଗ । ମାସ୍କ ପରିଧାନକୁ ବାଧ୍ୟତାମୂଳକ କରାଯାଇଛି । ସୂଚନା ଦେଇଛନ୍ତି ଷ୍ଟେସନ ନିର୍ଦେଶକ ଚିତ୍ତରଞ୍ଜନ ନାୟକ ।

Show More
Back to top button