ଧର୍ମରାଜ୍ୟସ୍ୱାସ୍ଥ୍ୟ

ଲୋକପ୍ରିୟ ପ୍ରବଚକ ଚାରଣ ରାମଦାସଙ୍କ ପରଲୋକ

ସତ୍ୟଶିଖା(ପୁରୀ) ୨୫.୦୫.୨୦୨୧: ଲୋକପ୍ରିୟ ପ୍ରବଚକ ଚାରଣ ରାମଦାସଙ୍କ  ପୁରୀର IDH କୋଭିଡ୍ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ମିଳିଛି । କୋଭିଡ୍‌ରେ ଆକ୍ରାନ୍ତ ହୋଇ ସେ ପୁରୀର IDHରେ ଚିକିତ୍ସିତ ହେଉଥିଲେ । ଗତକାଲି ରାତି ପ୍ରାୟ ୧୦ଟା ବେଳେ ୬୧ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ବିଭିନ୍ନ ଦୈବ ତଥା ଭଗବତ କଥା ପ୍ରବଚନ କରି ବେଶ ଲୋକପ୍ରିୟ ହୋଇପାରିଥିଲେ ଚାରଣ ରାମଦାସ। ବିଶେଷ ଭାବେ ଜଗନ୍ନାଥ ସଂସ୍କୃତି ଓ ଶ୍ରୀଜଗନ୍ନାଥଙ୍କ ମହିମା କଥା ସେ ପ୍ରବଚନ ମାଧ୍ୟମରେ ଲୋକଙ୍କୁ ପରିବେଷଣ କରୁଥିଲେ । ତାଙ୍କ ପ୍ରବଚନ ଶୈଳୀ ଅନ୍ୟଙ୍କଠୁ ଭିନ୍ନ ଥିଲା ।  ଯାହା ତାଙ୍କୁ ଓଡ଼ିଶାର ଘରେ ଘରେ ପରିଚିତ କରିଥିଲା ।

Show More
Back to top button