ସତ୍ୟଶିଖା (ସମ୍ବଲପୁର) ୧୬/୧୨/୨୦୨୦ : ମଣ୍ଡରେ ପଡିରହିଛି ବସ୍ତା ବସ୍ତା ଧାନ । ହେଲେ ଆସୁନାହାନ୍ତି ମିଲର । ଫଳରେ ଶୀତ କାକରରେ ମଣ୍ଡିରେ ପଡିରହୁଛନ୍ତି ଚାଷୀ । ଟୋକନ ପାଇଲା ପରେ ମଣ୍ଡିକୁ ଧାନ ଆଣିଲେ ଚାଷୀ । ହେଲେ ଧାନ ବିକ୍ରି ହୋଇନପାରି ବିଭିନ୍ନ ମଣ୍ଡିରେ ପଡିରହିଥିବା ବେଳେ ଏବେ ବିଭିନ୍ନ ସମସ୍ୟା ଓ ଚିନ୍ତାରେ କୁଚିଣ୍ଡା ଉପଖଣ୍ଡର ଶହ ଶହ ଚାଷୀ । ଧାନ ନେବାକୁ ଆସୁନାହାଁନ୍ତି ମିଲର । ପ୍ରଥମରୁ କଟନି ଛଟନି ବିବାଦ ଲାଗିରହିଥିବା ବେଳେ ଏବେ ମିଲର ଙ୍କ ମନମାନି ଓ ପ୍ରଶାସନର ଉଦାସିନତା ଯୋଗୁଁ ଉପଖଣ୍ଡର ଅନେକ ମଣ୍ଡିରେ ପ୍ରାୟ ତିନି ଲକ୍ଷ ରୁ ଉର୍ଦ୍ଧ ଧାନ ବସ୍ତା ପଡିରହିଛି । ଆଉ ତାକୁ ଜଗିବାକୁ ରାତିସାରା ଉଜାଗର ରହୁଛନ୍ତି ଚାଷୀ ।
ଧାନ ବିକ୍ରି ପାଇଁ ଧାନ ମଣ୍ଡିରେ ହୀନସ୍ତା ଚାଷୀ
