ରାଜ୍ୟସ୍ୱାସ୍ଥ୍ୟ

କରୋନାରେ ପୋଲସରାର ସମାଜ ପ୍ରତିନିଧି କିଶୋର ଦାସଙ୍କ ମୃତ୍ୟୁ

ସତ୍ୟଶିଖା(ପୋଲସରା) ୧୦ .୦୫.୨୦୨୧:  ଗଞ୍ଜାମ ଜିଲ୍ଲା ପୋଲସରାରେ ସମାଜର କାର୍ଯ୍ୟରତ ସାମ୍ବାଦିକ କିଶୋର ଚନ୍ଦ୍ର ଦାସଙ୍କ କରୋନା ରେ ପରଲୋକ ହୋଇଛି । ଗତ କିଛି ଦିନ ହେବ କରୋନାରେ ଆକ୍ରାନ୍ତ ହୋଇ ଟାଟା କୋଭିଡରେ ଚକିତ୍ସାଧୀନ ଥିଲେ । ଗତକାଲି ସ୍ୱାସ୍ଥ୍ୟ ଅବସ୍ଥାରେ ଅବନତି ହୋଇ ଗୁରୁତର ହୋଇଥିଲେ । ଅକ୍ସିଜେନର ମାତ୍ରା ସ୍ଥିର ରହୁନଥିବାରୁ ସଙ୍କଟାପନ୍ନ ହୋଇଥିଲା । ମଧ୍ୟରାତ୍ରି ୨ଟା ୩୦ରେ ମୃତ୍ୟୁ ହୋଇଥିବା ଜଣାପଡିଛି । ଦୀର୍ଘ ତିନି ଦଶନ୍ଧୀ ଧରି ସମାଜର ପୋଲସରା ପ୍ରତିନିଧି ଭାବେ କାମ କରି ଆସୁଥିଲେ । ମୃତ୍ୟୁ ଖବର ଜଣାପଡିବା ପରେ ଅଂଚଳରେ ଶୋକର ଛାୟା ଖେଳିଯାଇଛି ।

 

Show More
Back to top button