ନ୍ୟୁଜ୍ବିଦେଶସ୍ୱାସ୍ଥ୍ୟ

ଆମେରିକାରେ କମୁଛି କରୋନା ସଂକ୍ରମଣ

ସତ୍ୟଶିଖା(ୱାଶିଂଟନ )୦୮.୦୨.୨୦୨୨ : କରୋନା କବଳରୁ ଧୀରେ ଧୀରେ ମୁକୁଳୁଛି ଆମେରିକା । ସଂକ୍ରମଣ ହ୍ରାସ ପଉଥିବା ବେଳେ ମୃତ୍ୟୁସଂଖ୍ୟାରେ ବି ଧୀରେ ଧୀରେ ରୋକ୍‍ ଲାଗୁଛି । ଆମେରିକାରେ ଗତ ୨୪ ଘଣ୍ଟାରେ ଆଉ ୧ ଲକ୍ଷ ୨୬ ହଜାର ୯୫୬ ପଜିଟିଭ୍‍ ଚିହ୍ନଟ ହୋଇଛନ୍ତି । ଗୋଟିଏ ଦିନରେ ୧ ହଜାର ୬୭ ଜଣଙ୍କ ଜୀବନ ନେଇଛି କରୋନା । ଗତ ୨୪ ଘଣ୍ଟାରେ କରୋନାରୁ ସୁସ୍ଥ ହୋଇଛନ୍ତି ୧ ଲକ୍ଷ ୮୧ ହଜାର ୫୦୫ ଜଣ । ଯାହାକି ସଂକ୍ରମଣ ତୁଳନାରେ ୫୪ ହଜାର ୫୪୯ ମାମଲା ଅଧିକ ରହିଛି । ସୁସ୍ଥତା ସଂଖ୍ୟା ବଢ଼ୁଥିବାରୁ ଆମେରିକାବାସୀ ଆଶ୍ୱସ୍ଥି ଅନୁଭବ କରୁନ୍ତି । ଗତ କିଛିଦିନ ହେଲା ଆମେରିକାରେ ଦୈନିକ ସଂକ୍ରମଣ ମାମଲା ୭ଲକ୍ଷ ଅତିକ୍ରମ କରୁଥିଲା । ସଂକ୍ରମଣ ତୁଳନାରେ ସୁସ୍ଥତା ହାର କମ୍‍ ମଧ୍ୟ ରହୁଥିଲା । ହେଲେ ବର୍ତ୍ତମାନ ସଂକ୍ରମଣ ଓ ମୃତ୍ୟୁସଂଖ୍ୟାରେ ଧୀରେ ଧୀରେ ରୋକ୍‍ ଲାଗୁଛି । ଅନ୍ୟପଟେ ଆମେରିକାରେ ଏଯାଏ ମୋଟ ୭ କୋଟି ୮୨ ଲକ୍ଷ ୮୬ ହଜାର ୧୮୭ ଜଣ କରୋନା ପଜିଟିଭ ଚିହ୍ନଟ ହେଲେଣି । ସେଥିମଧ୍ୟରୁ ୯ ଲକ୍ଷ ୨୮ ହଜାର ୩୫୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏବେ ବି କରୋନା ସକ୍ରିୟ ମାମଲା ୨ କୋଟି ୯୧ ଲକ୍ଷ ୫୪ ହଜାର ୩୫୫ ରହିଛି ।

Show More
Back to top button